ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ – ଜାତୀୟ ଆୟୁର୍ବେଦ ଦିବସ ପାଳିତ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ସ୍ଥାନୀୟ ତ୍ରିଦେବ ଭିଲ୍ଲା ଠାରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ଶାଖା ଅଧ୍ୟକ୍ଷ ତଥା ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡଃ ନାରାୟଣ ଚନ୍ଦ୍ର ଦାଶ ମଣିଷର ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟା ବ୍ୟାଖାନ କରିବା ସହ ସାଂପ୍ରତିକ ପରିସ୍ଥିତିରେ ମଣିଷ ଓ ତା ପୃଥିବୀ ପାଇଁ ଆୟୁର୍ବେଦ ର ଉପାଦେୟତା ସମ୍ପର୍କରେ ଯୁକ୍ତି ରଖିଥିଲେ ।

ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରୁ ଆସିଥିବା ଡଃ ପ୍ରିୟା ମେହେରା ଓ ଡଃ ଅଙ୍କିତ କୁମାର ମଣିଷର ସ୍ବାସ୍ଥ୍ୟ ରକ୍ଷା ପାଇଁ ସୁଷମ ଖାଦ୍ୟ ଓ ନିୟମିତ ବ୍ୟାୟାମ ର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା ଆୟୁର୍ବେଦ ଦିବସର ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଆମ ଚାରିପଟେ ଥିବା ପ୍ରକୃତି ଦତ୍ତ ଜଡ଼ି ବୁଟି ସମେତ ସନ୍ତୁଳିତ ଆହାର ସମ୍ପର୍କିତ ସଚେତନତା ହିଁ ଆମକୁ ସୁସ୍ଥ ରଖିପାରିବ ବୋଲି କହିଥିଲେ ।

ପରିଷଦର କ୍ଷେତ୍ରୀୟ ମୁଖ୍ୟ ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏପରି ଆଲୋଚନା ଚକ୍ର ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ଏବଂ ସେଥିପାଇଁ ପରିଷଦ ନିରନ୍ତର ପ୍ରୟାସ ଜାରି ରଖିଥିବା ସୂଚନା ଦେଇଥିଲେ । ପ୍ରାନ୍ତୀୟ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ଶାଖାର ଅର୍ଥ ସଚିବ ହରପ୍ରସାଦ ମହାପାତ୍ର, ସେବାପ୍ରମୁଖ ରାଜେଶ୍ଵର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂସ୍କାର ପ୍ରମୁଖ ବୁଦ୍ଧଦେବ ମହାପାତ୍ର, ସମ୍ପର୍କ ପ୍ରମୁଖ ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ,

ପର୍ଯ୍ୟବରଣ ପ୍ରମୁଖ ପତିତ ପାବନ ସାମନ୍ତରାୟଙ୍କ ସମେତ ଲାଲା ଅନନ୍ତ କୁମାର ସିଂହ,କିଶୋର କୁମାର ପଟ୍ଟନାୟକ, ମୁକ୍ତିକାନ୍ତ ଦାସ,ହରିହର ତ୍ରିପାଠୀ,ରମାକାନ୍ତ ସାହୁ,ପିତାମ୍ବର ମହାପାତ୍ର,ମମତା ପାତ୍ର,ନଳିନୀ ପ୍ରଭା ମଲ୍ଲିକ,ନିମାଇଁ ଚରଣ ସାହୁ, ପିତାମ୍ବର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ସଂଯୁକ୍ତା ଦାଶ,ସ୍ନେହଲତା ଦାଶ, ମୀରା ମହାରଣା ଓ କିଶୋର ପାତ୍ର ପ୍ରମୁଖ ମିଳିତ ଭାବରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

Exit mobile version