Home ଓଡ଼ିଶା ସ୍ଥାୟୀ ଦରମା ଦାବିରେ ଗଣଧାରଣାରେ ବସିଲେ କମ୍ୟୁନିଟି ଷ୍ଟାଫ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟମାନେ ବିଭିନ୍ନ ଦାବି ନେଇ ୪ ଦିନ ଧରି ଗଣଧାରଣାରେ ବସିରହିଛନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା ହାତକୁ ନେଉଥିବା ବେଳେ କମ୍ୟୁନିଟି ଷ୍ଟାଫମାନେ ଏଥିରୁ ବାଦ୍ ପଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇ ବିକାଶର ଧାରାରେ ସାମିଲ କରିବାକୁ ଗୁରୁତ୍ୱ ଦେଉଥିବା ସହ ରାଜ୍ୟ ସରକାର ନାଦେଉଛନ୍ତି ନାରୀଙ୍କୁ ସମାନ ଆଜି ନାରୀ ଦାଣ୍ଡରେ ବସିଛି । ରାଜ୍ୟ ସରକାର ସେମାନଙ୍କୁ ଦୀର୍ଘ ଛଅ ମାସ ହେଲା ଦରମା ମିଳିନାହିଁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି। ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ପୂର୍ବ ପରି ସ୍ଥାୟୀ ଦରମା, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ସହିତ ଆକାଉଣ୍ଟ ରେ ଦରମା ପାଇବା, ଛଅ ମାସର ବକେୟା ରାଶି ମିଳିବା ଏହିଭଳି ବିଭିନ୍ନ ଦାବି ନେଇ ମୋହନା ବ୍ଲକ ବିଡ଼ିଓ ରାଜୀବ ଦାଶ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଲକ୍ଷପତି ଦିଦିର ପରିକଳ୍ପନା ଗୋଟିଏ ପଟରେ କରୁଥିବା ବେଳେ ଅନ୍ୟପଟେ ଏହି ଦିଦି ମାନେ ନିଜର ହକ ପାଇଁ ଗଣଧାରଣରେ ବସିବା ଏକ ହାସ୍ୟସ୍ପଦ ଘଟଣା ବୋଲି ଆଲୋଚନା ହେଉଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026