ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଳିସାହି ଗତିକେଶ ଉଚ୍ଚ ବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟାଚ୍ ପୂରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତୁଳସୀ ପୁର ସ୍ଥିତ ମଧୁବୈଶ ସମାଜ କଲ୍ୟାଣ ମଣ୍ଡପ ଠାରେ ଗତ ବୁଧବାର ମଧ୍ୟାହ୍ନରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମଧ୍ୟରୁ ମଞ୍ଜୁଲତା ଦେଇ, ପ୍ରଫୁଲ୍ଲ କୁମାର ସାହୁ ଓ ଚରଣ ପୃଷ୍ଟିଙ୍କ ସଂଯୋଜନାରେ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ସାହୁଙ୍କ ସଭାପତିତ୍ବରେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

