ସ୍ୱଚ୍ଛତା ହିଁ ସେବା

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ରାଜସୁନାଖଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଯୁକ୍ତା  ମିଶ୍ରଙ୍କ ଆବାହକତ୍ୱରେ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ସ୍ୱଚ୍ଛତା ଉପରେ ଶପଥ ପାଠ କରାଯାଇଥିଲା । ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂଯୋଜକ ଡଃ ପ୍ରଶାନ୍ତ କୁମାର ସ୍ୱାଇଁ, ଏନସିସିର ଏନୋଓ ଏଲଟି ଜ୍ୟୋର୍ତିମୟୀ ପ୍ରଧାନ ଜାତୀୟ ସେବା ଶିବିରର ପୋଗ୍ରାମିଙ୍ଗ ଅଫିସର ସନ୍ତୋଷ କୁମାର ସାହୁଙ୍କ ମିଳିତ ସହଯୋଗରେ ସ୍ୱଚ୍ଛତା ହିଁ ସେବାର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ମହାବିଦ୍ୟାଳୟର ପରିବେଶ ପରିଷ୍କାର, ହତା ପରିଷ୍କାର ପରିଚ୍ଛନ୍ନ ସହିତ ବୃକ୍ଷ ରୋପଣ କରାଯାଇଥିଲା l ଆବର୍ଜନା ମୁକ୍ତ ଭାରତ ପ୍ରସଙ୍ଗ ଉପରେ ସ୍ଲୋଗାନ ପଠନ କରାଯାଇ ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ସଚେତନତା କରାଯାଇଥିଲା l ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ମିଶ୍ର ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ” ସ୍ୱଚ୍ଛତା ବିନା ଜୀବନ ଧାରଣ ଅସମ୍ଭବ “।

ଆମେ ନିଜ ଘରକୁ ସ୍ୱଚ୍ଛତା ରଖିବା ସହିତ ଆମ ଚତୃପାର୍ଶ୍ଵ ଏବଂ ଗାଁ, ମନ୍ଦିର ଓ ମହାବିଦ୍ୟାଳୟର ପରିବେଶ ଗୁଡିକୁ ସ୍ୱଛତା ରଖିବା ପାଇଁ ସମସ୍ତ ସେବା ଶିବିର ପୋଗ୍ରାମିଙ୍ଗ ଅଫିସର ସ୍ଵଛେସେବୀ ମାନଂକୁ ପରାମର୍ଶ ଦେଇଥିଲେ l ପରିଶେଷରେ ଯୁବ ରେଡ଼କ୍ରସର କାଉନସିଲର ଡଃ ପ୍ରଶାନ୍ତ କୁମାର ସ୍ୱାଇଁ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version