Home ଓଡ଼ିଶା ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ଠାରେ ପୂର୍ବାହ୍ନରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଆଲିଷ୍ଟ କ୍ଯାମ୍ପ) ର ଉଦଘାଟନ ହୋଇଯାଇଛି I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ମନ ପାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଡୋଳIମଣି ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ମହମଦ ଅଭିଦ ହୁସେନ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ଭାରପ୍ରାପ୍ତ ଚିକିତ୍ସI ଅଧିକାରୀ ଡI. ମହେଶ କୁମାର ପତି ଯୋଗଦେଇଥିଲେ I ଏହି ବିଶେଷଜ୍ଞ ଶିବିରକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ମାନସିକ ବିଶେଷଜ୍ଞ ଡI. ମହମଦ ଅଭିଦ ହୁସେନ, ଚର୍ମ ବିଶେଷଜ୍ଞ ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଭେଷଜ ବିଶେଷଜ୍ଞ ଡI. ବାସନ୍ତୀ ହଂସଦା, ଶିଶୁ ରୋଗ ବିଶେଷଜ୍ଞ ଡI. ପିତାମ୍ବର ମୁର୍ମୁ, ଚକ୍ଷୁ ରୋଗ ବିଶେଷଜ୍ଞ ଡା. ସଂଜୀବ କର, ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନI ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ସିମାଞ୍ଚଳ ଦାଶ ପ୍ରମୁଖ ଉପସ୍ଥିତରହି ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ I ଏହି ଶିବିରରେ ସମୁଦାୟ ୩୨୦ ଜଣ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରିଥିଲେ ଏବଂ ସେଥି ମଧ୍ୟରୁ ୧୮୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରଯାଇଥିଲା I ଏହା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ୨ ଜଣ ରକ୍ତଦତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ I ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ ଅଧିକାରୀ ଡI. କୁନାଲ ପ୍ରଧାନ, ଡା. ଏସ. କିରଣ ପାତ୍ର, ବ୍ଲକ କାର୍ଯକ୍ରମ ପରିଚାଳକ ପ୍ରଦୀପ୍ତ ଗୌଡ, ବ୍ଲକ ହିସାବ ପରିଚାଳକ ସମୀର ବେପାରି, ତଥ୍ୟ ପରିଚାଳିକ ସନ୍ତୋଷ ମହାରଣା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ I ସେହିପରି ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାଲିମେଳI ଅଧିନସ୍ଥ ପୋପୁଲୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଅଧିନସ୍ଥ ତୁମସIପIଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୋଡିଆ ଅଧିନସ୍ଥ ଧରମପIଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା l Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026