କଣ୍ଟାବାଞ୍ଜିରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଆଜି ମାଁ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ଶୁଭାରମ୍ଭ ହୋଇଯାଇଛି I ଶ୍ରୀ ଶ୍ରୀ ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା ସମିତି ପକ୍ଷରୁ ସ୍ଥାନୀୟ ସାପ୍ତାହିକ ବଜାର ଠାରେ ଥିବା ଦୁର୍ଗା ପେଣ୍ଡାଳଠାରେ ୫୭ତମ ପୂଜା ଆରମ୍ଭ ହୋଇଯାଇଛି I ପ୍ରେମାନନ୍ଦ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମାଁ ଦୁର୍ଗାଙ୍କ ପୂଜା ଚଳିତ ବର୍ଷ ଅତି ଆକର୍ଷଣୀୟ କରିବା ସହ ଭକ୍ତମାନଙ୍କ ସକାସେ ଅନ୍ନଭୋଗ ସହ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଉଛି I

ଚଳିତ ବର୍ଷ ପ୍ରେମାନନ୍ଦ ବାଗ ସଭାପତିଙ୍କ ଦାୟିତ୍ୱ ତୁଲାଇ ଥିବା ବେଳେ ସାଧାରଣ ସମ୍ପାଦକଙ୍କ ଦାୟିତ୍ୱ ଚିନ୍ମୟ କୁମାର ଯୋଷୀ ତୁଲାଉଛନ୍ତି I ସେହିପରି ଉପସଭାପତି ଭାବେ ଅଶୋକ ଦାସ ସହସମ୍ପାଦକ ରମେଶ ବାରିକ, କୋଷାଧ୍ୟକ୍ଷ ବାବୁଲାଲ କୁମ୍ଭାର ରହିଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ହେଲେ ଶେଷଦେବ ପୁଟେଲ, ଗୋବିନ୍ଦ ବରଗେ, ଡମ୍ବରୁ ବେହେରା, ତୁଲାରାମ ବେହେରା, କେଶରୀ ସେଟ ପ୍ରମୁଖ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି I

ଅନ୍ୟପକ୍ଷରେ ପୂଜା ଦାୟିତ୍ୱରେ ମୁଖ୍ୟ ପୂଜକ ଭାବରେ ଗୋପୀନାଥ ପଣ୍ଡା, ଦାୟିତ୍ୱ ତୁଲାଇଥିବା ବେଳେ ସହଯୋଗୀ ପୂଜକ ଭାବରେ ବିକ୍ରମ ପଣ୍ଡା, ସୂର୍ଯ୍ୟ ପଣ୍ଡା, ସଞ୍ଜୟ ପଣ୍ଡା, ବଳରାମ ପଣ୍ଡା ପୂଜାବିଧିରେ ସହଯୋଗ କରୁଛନ୍ତି I ପୂଜାରେ କର୍ତ୍ତା ଦାୟିତ୍ୱରେ ଶଙ୍କର ପୁଟେଲ ଓ ତାଙ୍କ ସହ ଧର୍ମପତ୍ନୀ ମମତା ପୁଟେଲ ଦାୟିତ୍ୱ ନିର୍ବାହ କରୁଛନ୍ତି I ଦଶହରା ପର୍ବକୁ ଅନେକ କଳାକାର ଟାକି ରହୁଥିଲେ I କଣ୍ଟାବାଞ୍ଜିର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କେବେ ନିମନ୍ତ୍ରଣ ଆସିବ ବୋଲି ଅପେକ୍ଷା କରି ରହୁ ଥିଲେ I

କଣ୍ଟାବାଞ୍ଜିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କିଛି ବର୍ଷ ହେଲା ହେଉ ନଥିବାରୁ ପୂର୍ବଭଳି ଆଉ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହିତ ଦେଖାଯାଉନାହିଁ I କିଛି ବର୍ଷ ପୂର୍ବରୁ ଆଖପାଖର ଜିଲ୍ଲାମାନଙ୍କର ଭକ୍ତମାନେ ମାଁ ଦୁର୍ଗାଙ୍କ ଦର୍ଶନ କରିବା ପାଇଁ କଣ୍ଟାବାଞ୍ଜି ଆସୁଥିଲେ ତଥା ବିଶାଖାପାଟଣା ଓ ଛତିଶଗଡ଼ ଠାରୁ ମଧ୍ୟ ଆସୁଥିଲେ I ସେହି ଦୃଶ୍ୟମାନ ଆଉ ଦେଖିବାକୁ ମିଳୁନାହିଁ I ଫଳରେ ଚଳିତବର୍ଷ ଦୁର୍ଗା ମାଁଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସମସ୍ତ ପେଣ୍ଡାଲ ପକ୍ଷରୁ ଜାଣିବାକୁ ମିଳିଛି I

Exit mobile version