ଦୀର୍ଘ ୩ ବର୍ଷ ପରେ ଆମ ପୋଲିସ୍ ସମିତି ବୈଠକ; କଣ୍ଟାବାଞ୍ଜି ପୋଲିସ୍ ଥାନା ରେ

ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ୍ ଥାନା ରେ ନୂତନ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଯୋଗ ଦେବା ପରେ ଦୀର୍ଘ ୩ ବର୍ଷ ପରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଛି, ସ୍ଥାନୀୟ କଣ୍ଟାବାଞ୍ଜି ଥାନା ପରିସର ରେ ଥିବା ସଭାଗୃହ ରେ ହୋଇଥିବା ଏହି ବୈଠକ ରେ ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ମଧ୍ୟ ଯୋଗଦେଇଥିଲେ, ନୂତନ ଥାନା ଅଧିକାରୀ ସମସ୍ତ ଙ୍କୁ ସ୍ଵାଗତ ଜଣାଇବା ସହ କଣ୍ଟାବାଞ୍ଜି ରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତ ଙ୍କ ଠାରୁ ମତ ବିନିମୟ କରିଥିଲେ,ଟ୍ରାଫିକ ସମସ୍ୟା,

ବେଆଇନ କାର୍ଯ୍ୟ, ଦୁର୍ଗାପୂଜା ରେ ବିଶେଷ ଭାବେ କଟଗଣା ସହିତ ବିଭିନ୍ନ ବିଷୟ ରେ ଆଲୋଚନା କରା ଯାଇଥିଲା, ଏହି ଅବସର ରେ କଣ୍ଟାବାଞ୍ଜି ବ୍ୟବସାୟୀ ସଂଘ ରୁ ଅନିଲ ଅଗ୍ରୱାଲ, ଠେଲା ବ୍ୟବସାୟୀ ସଂଘ ରୁ ପ୍ରଦୀପ ବାଗ, ହେମାଳ ସଂଘ ରୁ ସେସଦେବ ପୁଟେଲ,

ଟ୍ରକ୍ ମାଲିକ ସଂଘ ରୁ ପ୍ରବଜିତ୍ ସିଂହ ସାଲୁଜା, ରେଲୱେ ୟାତ୍ରି ସଂଘ ରୁ ଆଶିଷ ଖ ଇତାନ, ପ୍ରେସ କ୍ଲବ୍ ରୁ ସୂରଦାସ ବାଗ, ସାମ୍ବାଦିକ ସଂଘ ରୁ ବିମଳ ଦାସ,ଚ୍ୟାମ୍ୱର କମର୍ସ ରୁ ଅନିଲ ଅଗ୍ରୱାଲ ବଦର୍ସ, କେଟ ରୁ କେଲାଶ ଅଗ୍ରୱାଲ, ସହ ବିଭିନ୍ନ ସଂଗଠନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l 

Exit mobile version