ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ ‘ପରଜା’ ଜନଜାତିଙ୍କର ଖାଦ୍ୟ ସଂରକ୍ଷଣର ଦେଶୀ ପଦ୍ଧତି – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- କୋଭିଡ୍‌ ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ସ୍ୱରୂପ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ କରି ଘରେ ବସି ୱେବ ପେଜ୍‌ ଖୋଲି ଜନଜାତି ମାନଙ୍କର ଜୀବନଶୈଳୀ, ସଂସ୍କୃତି ଆଦି ପରିଦର୍ଶନ କରିପାରୁଛନ୍ତି । ଆଜି ଭର୍ଚୁଆଲ୍‌ ଟୁର୍‌ରେ ପରିଦର୍ଶକ ମାନେ ‘ ପରଜା’ ଜନଜାତି ମାନଙ୍କର ପାରମ୍ପା̧ରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି କିଭଳି ଅନନ୍ୟ ସେ ବିଷୟରେ ଜାଣି ପାରିବେ । ଓଡ଼ିଶାର ନବରଙ୍ଗ ପୁର, କୋରା ପୁଟ, ମାଲକାନଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବିଶେଷତଃ ‘ପରଜା’ ଜନଜାତି ବସବାସ କରିଥାନ୍ତି । ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି । ଧାନଚାଷ ସେମାନଙ୍କର ମୁଖ୍ୟ ଚାଷ । ଏହାଛଡ଼ା ମାଣ୍ଡିଆ, ମୁଗ, ବିରି, ରାଜ୍‌ମା, ଅଦା ଆଦି ଚାଷ କରିଥାନ୍ତି ।

ଧାନ, ଖାଦ୍ୟଶସ୍ୟ ସଂରକ୍ଷଣ ନିମନ୍ତେ ‘ ପରଜା’ମାନେ ସେମାନଙ୍କର ପାରମ୍ପରିକ ପଦ୍ଧତି ଅନୁସରଣ କରିଥାନ୍ତି । ମଂଜିର ସୁରକ୍ଷା ପାଇଁ ସେମାନେ ଅର୍‌ଗାନିକ୍‌ ପେଷ୍ଟିସାଇଡ୍‌ସ୍‌ ଓ ପେଷ୍ଟ ନିୟନ୍ତ୍ରଣ ଟେକ୍‌ନିକ୍‌ ବ୍ୟବହାର କରିଥାନ୍ତି । ଧାନଚାଷରେ ପୋକ ନିୟନ୍ତ୍ରଣ ନିମନ୍ତେ ସେମାନେ କ୍ରାଉନ୍‌ଫ୍ଲାଓ୍ୱାର, ନିଞ୍ଚ ଓ କଲରା ପତ୍ରକୁ ଗୋବର ଓ ଗୋମୂତ୍ରରେ ମିଶ୍ରଣ କରି ୧୫ରୁ ୨୦ ଦିନ ରଖିବା ପରେ ସେଥିରୁ ଲିକୁଇଡ୍‌ ବାହାର କରି ପୋକମରା ସ୍ପ୍ରେ ଭାବେ ବ୍ୟବହାର କରିଥାନ୍ତି । ପରିବାରର ଚାଉଳ ସଂରକ୍ଷଣ ନିମନ୍ତେ ସେମାନେ ‘କୋଲେକି’ କିଞ୍ଚା ବାଉଁଶ ଶସ୍ୟବିନ୍‌କୁ ଷ୍ଟୋରହାଉସ୍‌ ଭାବେ ବ୍ୟବହାର କରିଥାନ୍ତି । ଉତ୍ପାଦିତ ଧାନକୁ ଏକ ବଡ଼ ବାସ୍କେଟ୍‌ରେ ‘ ପରଜା’ ଘରେ ଗ୍ରେନ୍‌ ବିନସ୍‌ରେ ରଖାଯାଏ । ଆଉ ମଧ୍ୟ ଚାଉଳକୁ କାଠ ଷ୍ଟୋରେଜ୍‌ ବିନ୍‌ ‘ଗାଡ଼ିଆ’ରେ ସଂରକ୍ଷିତ କରିଥାନ୍ତି । ଅନ୍ୟାନ୍ୟ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥକୁ ମଧ୍ୟ ଅତି ଧନିର ସହିତ ସଂରକ୍ଷଣ କରାଯାଏ ।

‘ପରଜା’ ଜନଜାତି ପାରମ୍ପ̧ରିକ ପଦ୍ଧତିରେ ଚାଷ କରିବା ସହିତ ଖାଦ୍ୟଶସ୍ୟ ଯେଭଳି ସଂରକ୍ଷଣ କରିଥାନ୍ତି, ତାହା ବେଶ୍‌ ଚମତ୍କାର । ହାଇବି୍ରଡ୍‌ ମଞ୍ଜି ବ୍ୟବହାର ନକରି କୋରାପୁଟ ଅଞ୍ଚଳରେ ୱେପନ୍‌ ପଲିନେସନ୍‌ କରୁଥିବାରୁ ସେଠାକାର ଜୈବବିବିଧତା ରକ୍ଷା କରାଯାଇ ପାରୁଛି । ‘ ପରଜା’ ଜନଜାତିମାନଙ୍କର ପାର ̧ରିକ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ, ପାରମ୍ପରିକ ଅଭ୍ୟାସ, ଅର୍‌ଗାନିକ୍‌ ସାର ଓ ପୋକମରା ଔଷଧ ବ୍ୟବହାର ଆଦି କୃଷିବିଜ୍ଞାନୀ ମାନଙ୍କୁ ଅନୁଧ୍ୟାନ କରିବା ପାଇଁ ଆଗ୍ରହ ଜଣା ଯାଇଛି । ‘ ପରଜା’ ଜନଜାତିଙ୍କର ନିଆରା ଦେଶୀ ଓ ପାରମ୍ପାରିକ ପଦ୍ଧତି କୃଷି କ୍ଷେତ୍ରରେ ଅନନ୍ୟ । ଆଜିର ଯୁଗରେ ରେଫି୍ରଜରେଟର ଭଳି ସଂରକ୍ଷଣର ବୈଦୁ୍ତିକ ସାମଗ୍ରୀ ବାହାରିବାର ବହୁ ପୂର୍ବରୁ ‘ ପରଜା’ ଜନଜାତିମାନେ ସେମାନଙ୍କର ଖାଦ୍ୟକୁ ଦେଶୀ ପଦ୍ଧତିରେ ସଂରକ୍ଷଣ କରୁଛନ୍ତି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

Exit mobile version