ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କୋଲକାତାରେ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ) କୋଲକାତା ଚାପ୍ଟର ଦ୍ୱାରା ଆୟୋଜିତ ୩୮ତମ ଚାପ୍ଟର କନଭେନସନ୍ ଅନ୍ କ୍ୱାଲିଟି କନସେପ୍ଟ (ସିସିକ୍ୟୁସି ୨୦୨୫)ରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା ଅପରେସନ୍ସ ୪ଟି ଗୋଲ୍ଡ ପୁରସ୍କାର ହାସଲ କରିଛି । ଦୁଇଟି ଦଳ – ଟେକ୍ ଟାଇଟନ୍ସ ଏବଂ ସିଙ୍କ୍ରୋନ୍ସ, କ୍ୱାଲିଟି ସର୍କଲ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରଭାବଶାଳୀ ଏବଂ ଅଭିନବ ପ୍ରକଳ୍ପ ଉପସ୍ଥାପନ କରିଥିଲେ ।
ଅନ୍ୟ ଦୁଇଟି ଦଳ – ତେଜସ୍ ଏବଂ ଆଚିଭର୍ସ, ଆଲାଇଡ୍ କନସେପ୍ଟ ବର୍ଗରେ ଉନ୍ନତ ଗୁଣବତ୍ତା ପଦ୍ଧତି ପ୍ରଦର୍ଶନ କରି ସେମାନଙ୍କର ଉତ୍କର୍ଷତା ପ୍ରଦର୍ଶନ କରିଥିଲେ । ଏଏମ୍/ଏନ୍ଏସ୍ ଇଣ୍ଡିଆର ସମସ୍ତ ଚାରୋଟି ଦଳ ଅସାଧାରଣ ସମସ୍ୟା ସମାଧାନ କୌଶଳ, ଅଭିନବ ଚିନ୍ତାଧାରା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଥିଲେ ।
