Home ଓଡ଼ିଶା ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନରେ ସାମିଲ : ମହିଳା ସ୍ୱାସ୍ଥ୍ୟ ଓ ପରିବାରୀକ ସୁସ୍ଥତାକୁ ପ୍ରୋତ୍ସାହନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ପରିବାରୀକ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଜାତୀୟ ସ୍ତରର ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ସହିତ ସକ୍ରିୟ ଭାବରେ ଯୋଗ ଦେଇଛି । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କର ପ୍ରମୁଖ ପ୍ରୟାସ ଯାହା ‘ପୋଷଣ ମାସ ୨୦୨୫’ ସହିତ ସମନ୍ୱୟରେ ପାଳନ ହେଉଛି । ଅଭିଯାନଟି ସେପ୍ଟମ୍ବର ୨୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ପର୍ଯ୍ୟନ୍ତ ଚାଲିବ ଏହାର ଲକ୍ଷ୍ୟ ହେଉଛି ସଶକ୍ତ ନାରୀ ମାଧ୍ୟମରେ ସ୍ୱସ୍ଥ ପରିବାର ଗଠନ କରିବା । ଏହି ଅଭିଯାନ ଅନୁସାରେ ପାଇଁ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ୟକ୍ରମ ଆୟୋଜନ କରୁଛି, ଯାହା ହସ୍ପିଟାଲ୍ ସୀମାରେ ସୀମିତ ନଥାଇ, ସହରର ବିଭିନ୍ନ ଶିକ୍ଷା ସଂସ୍ଥା, ମହିଳା ସମିତି, କମ୍ୟୁନିଟି ଫୋରମ୍ ସହିତ ସହଯୋଗରେ ମଧ୍ୟ କରାଯାଉଛି । ଏଥିରେ ସ୍ତ୍ରୀରୋଗ, ଦନ୍ତ, ଚକ୍ଷୁ ଓ ସାଧାରଣ ଚିକିତ୍ସାରେ ପ୍ରତିରୋଧୀ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦିଆଯାଉଛି । ସେହିପରି, ମାନସିକ ସ୍ୱାସ୍ଥ୍ୟ, ଶିଶୁ ସୁସ୍ଥତା, ଋତୁସ୍ରାବ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱୟଂ-ସୁସ୍ଥତା ବିଷୟରେ ସଚେତନତା କାର୍ୟକ୍ରମ ଆୟୋଜନ ହେଉଛି । ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ସୁସ୍ଥ ନାରୀ ହେଉଛନ୍ତି ଶକ୍ତିଶାଳୀ ପରିବାର ଓ ସମୃଦ୍ଧ ସମାଜର ଭିତ୍ତି । ମଣିପାଲ୍ ହସ୍ପିଟାଲରେ, ଆମେ ଏହି ଜାତୀୟ ଅଭିଯାନର ସହଭାଗୀ ହୋଇ ଗର୍ବିତ । ଏହି ପ୍ରୟାସ ମାଧ୍ୟମରେ ଆମେ ମହିଳାମାନଙ୍କୁ ସଶକ୍ତ କରିବା ସହିତ ସମାଜକୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ନିକଟକୁ ନେଇବାକୁ ଚାହୁଁଛୁ ।” ହସ୍ପିଟାଲ୍ ପ୍ରତିଦିନ ୧୦୦ରୁ ଅଧିକ ମହିଳାଙ୍କୁ ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଶେଷଜ୍ଞଙ୍କ ପରାମର୍ଶ ସୁବିଧା ଦେଉଛି । ସେହିପରି, ସମାଜମୁଖୀ ପ୍ରଚାର ଓ ସଚେତନତା ମାଧ୍ୟମରେ ଭୁବନେଶ୍ୱରର ବିଭିନ୍ନ ମହିଳା ସମୁଦାୟଙ୍କୁ ପ୍ରାଥମିକ ଓ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି । ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ କେନ୍ଦ୍ର ସରକାରଙ୍କର ଆନିମିଆ ପରୀକ୍ଷା, କ୍ୟାନ୍ସର ସନ୍ଦେହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଏବଂ କ୍ଷୟରୋଗ ଓ ସିକେଲ୍ ସେଲ୍ ରୋଗ ସଚେତନତା ଲକ୍ଷ୍ୟ ସହିତ ସମନ୍ୱୟରେ ରହିଛି । ଏହା ‘ପୋଷଣ ମାସ’, ‘ନିକ୍ଷୟ ମିତ୍ର ଡ୍ରାଇଭ୍’ ଓ ‘ରକ୍ତଦାନ ସଚେତନତା’ ଭଳି ସରକାରୀ ପ୍ରକଳ୍ପ ସହିତ ମିଶିତାରେ ଚାଲିଛି । ଓଡ଼ିଶାର ପ୍ରମୁଖ ହସ୍ପିଟାଲ ଭାବରେ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କର ‘ଜନ୍ ଆନ୍ଦୋଳନ’ (ସମାଜର ଆନ୍ଦୋଳନ) ଲକ୍ଷ୍ୟକୁ ସମର୍ଥନ କରି ସ୍ୱାସ୍ଥ୍ୟ ସେବାକୁ ସକ୍ରିୟ ସହଭାଗୀତା ପ୍ରଦାନ କରୁଛି । ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମାଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-hospital care) ଯାଏଁ ବିସ୍ତାର କରାଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026