Home ଓଡ଼ିଶା ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା: ଅଧିକ ପର୍ଯ୍ୟଟକ ଙ୍କ ପରିଭ୍ରମଣ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା। ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁଠାରୁ ଅଧିକ ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି, ରବିବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କଫି ବଗିଚାଟି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା। ତାକୁ ବ୍ଲକ ପ୍ରଶାସନ ହାତକୁ ହସ୍ତାନ୍ତର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ହାତକୁ ଆସିଥିଲା। ପ୍ରଥମଥର ପାଇଁ ମଙ୍ଗଳବାର ଠାରୁ ବ୍ଲକ ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଟିକେଟ ସଂଗ୍ରହ କରାଯାଇଥିଲା ଓ ପ୍ରଥମ ଦିନରେ ହିଁ ଏହାର ରୋଜଗାର ହିଲଭିୟୁ ଠାରୁ ଅଧିକ ଆସିଥିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି। ବୁଧବାର ସକାଳ ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ସହ ତାର ରୂପାନ୍ତର କାର୍ଯ୍ୟ ଓ ଉନ୍ନୟନ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି । କଫି ବଗିଚାକୁ ସମ୍ପୂର୍ଣ୍ଣ ସଫେଇ କରାଯିବା ସହ ନିୟମିତ ସ୍ବଚ୍ଛତା ରଖାଯିବ ବୋଲି ବିଡ଼ିଓ କହିଛନ୍ତି। ସେହିପରି ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି। ପ୍ରକାଶ ଯେ, କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ସଠିକ ଭାବେ କରାଯାଉ ନ ଥିଲା ଏବେ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ ପ୍ରଫୁଲ୍ଲ କୁମାର ପ୍ରଧାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ତାର ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପୂର୍ବରୁ ଯେତେଜଣ ଅଧିକାରୀ ଯୋଗ ଦେଇଥିଲେ କଫି ବଗିଚାର ଉନ୍ନତି କରି ନ ଥିବାବେଳେ ସଠିକ ଭାବେ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟିକେଟ ପାଣ୍ଠିକୁ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ କି ବାଲିଗୁଡା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳ ଖପ୍ପା ହୋଇଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ଡୁଲୁରୀ ପାଇନ ବଣକୁ ମଧ୍ୟ ଟ୍ରଷ୍ଟ ହାତକୁ ନେବା କୁହାଯାଉଛି । ଏହା ଦ୍ୱାରା ଦୁଲୁରି ପାଇନବଣର ବିକାଶ ହୋଇପାରିବ ବୋଲି ଜିଲା ପ୍ରଶାସନ ତଥା ସିଡିଓ ଶମ୍ଭୁନାଥ ନନ୍ଦୀ ଏକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026