ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସହିଦ୍ ଯୁବ ସଂଘ୍,ନୟାଗଡ଼ ଦ୍ବାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରେ ଆନ୍ତର୍ଜାତିକ ସାଂକେତିକ ଭାଷା ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତି ର ଅଧ୍ୟକ୍ଷା ଜୟଶ୍ରୀ ନାୟକ ଅଧକ୍ଷତା କରି ଆନ୍ତର୍ଜାତିକ ସାଂକେତିକ ଭାଷା ଦିବସ ର ମହତ୍ତ୍ଵ ଓ ଚଳିତ ବର୍ଷ ର ବିଷୟବସ୍ତୁ” ସାଂକେତିକ ଭାଷା ଅଧିକାର ବ୍ୟତୀତ ମାନବାଧିକାର ନିରର୍ଥକ ” ଉପରେ ଆଲୋକ ପାତ କରିଥିଲେ l

