ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଦୀର୍ଘ ଦିନ ହେଲା ଚୋରା ଗଞ୍ଜେଇ କାରବାର ହୋଇ ଆସୁଥିବା ଗାଁ ଲୋକେ ଅବକାରୀ ପୋଲିସ କୁ ଜଣାଇ ଆସୁଥିଲେ। ଅବକାରୀ ପୋଲିସ ଗଞ୍ଜେଇ ବେପାରୀ କୁ ଗିରଫ କରିବା ପାଇଁ ବାରମ୍ବାର ଚଢ଼ାଉ କରି ବିଫଳ ହେଉଥିଲା। ଗଞ୍ଜେଇ ବେପାରୀ ଜଣକ କୌଣସି ସୂତ୍ର ରୁ ସୂଚନା ପାଇ ଗଞ୍ଜେଇ ସହ ଫେରାର ହୋଇ ଯାଉଥିବାରୁ ଅବକାରୀ ପୋଲିସ ଏଥିରେ ସଫଳ ହୋଇ ପାରୁନଥିଲା l
