Home ଓଡ଼ିଶା ଭୂମି ମାଲିକ ଙ୍କୁ ସତ୍ବଲିପି ପ୍ରଦାନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବୁଧଙ୍ଗ ମୌଜାର ଜମି ମାଲିକ ମାନଙ୍କୁ ସତ୍ଵଲିପି ବା ଖତିଆନା ବଣ୍ଟନ ଆରମ୍ଭ ହୋଇଛି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ଚକବନ୍ଦୀ ଉପ ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ମହାପାତ୍ର ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଚକବନ୍ଦୀ ଅଧିକାରୀ ନିଳମାଧବ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।ଆଜି ପୂର୍ବାହ୍ନରେ ଚକବନ୍ଦୀ କାର୍ଯ୍ୟାଳୟ ପରିସରରେ ଚୁଡାନ୍ତ ସତ୍ଵଲିପି ବା ଖତିଆନା ସଂପୃକ୍ତ ଜମି ମାଲିକ ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟ ରେ ସହକାରୀ ଚକବନ୍ଦୀ ଅଧିକାରୀ ରତ୍ନାକର ସ୍ବାଇ ଓ କର୍ମଚାରୀ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ଚୁଡାନ୍ତ ବନ୍ଦୋବସ୍ତ ସତ୍ଵଲିପି ବା ଖତିଆନା ତା ୯.୪ ୧୯୭୬ ରିଖରେ ପ୍ରକାଶନ ହୋଇଥିଲା।ଚକବନ୍ଦୀ କାର୍ଯ୍ୟ ୧୯୯୦ ମସିହାରେ ଆରମ୍ଭ ହୋଇ ତା ୨୪.୯.୨୫ ରିଖରେ ଚକବନ୍ଦୀ ଧାରା ୧୩(୪) ମୁତାବକ ଚୁଡାନ୍ତ ସତ୍ଵଲିପି ପ୍ରକାଶନ କରାଯାଇ ଭୂମି ମାଲିକ ମାନଙ୍କୁ ଆଜି ପ୍ରଦାନ କରାଯାଇଛି।ଅନେକ ଦିନ ଧରି ସତ୍ଵଲିପି ର ସଂଶୋଧନ ହୋଇ ପାରି ନ ଥିବାରୁ ଆମେ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲୁ।ବର୍ତ୍ତମାନ ଏହି ସତ୍ଵଲିପି ପାଇଥିବାରୁ ଭୂମି ମାଲିକ ମାନେ ସେମାନଙ୍କ ଖୁସି ବ୍ୟକ୍ତ କରିବା ସହ ସରକାର ଓ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026 ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ by Proprietor Abhimanyu Maharana August 3, 2026 ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ by Proprietor Abhimanyu Maharana August 3, 2026 ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana August 3, 2026 ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026