ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଥଯାତ୍ରା -୨୦୨୪ ସମୟରେ ମୂଳ ରତ୍ନଭଣ୍ଡାରରୁ ରତ୍ନ ଅଳଂକାର ଓ ସାମଗ୍ରୀ ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା | ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛି l ଶୁଭବେଳା ଆଜି ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l
