ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୮ଏବଂ ୧୯ ତାରିଖ ଦୁଇ ଦିନ ଧରି ଚାଲୁଥିବା ଏହି କ୍ରୀଡା ପ୍ରତିଯୋଗିତାର ଗତ କାଲି ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇପରିଥିଲା ।

