ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ରାମଗିରି ସ୍ଥିତ ପ୍ରସିଦ୍ଧ ମା’ କୁରେଇଶୁଣୀଙ୍କ ବାଲିଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ମା’ ଙ୍କ ୧୨ ଦିନିଆ ବାଲିଯାତ୍ରାର ଅନ୍ତିମ ଦିବସରେ ମାଆ ବେଜୁଙ୍କ ଜରିଆରେ କଣ୍ଟା ଦୋଳି ଏବଂ ନିଆଁରେ ଚାଲିବା ଦେଖିବାକୁ ଦୂର ଦୂରାନ୍ତ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ମା’ ନିଜେ ନିଆଁରେ ଚାଲିଥିଲେ ।

