
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) କଳାହାଣ୍ଡି :- ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୮୦ଟି କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଗତକାଲି ରାତିରେ ଜିଲ୍ଲାରେ ଆହୁରି ୨୧ଟି ପଜିଟିଭ ମାମଲା ମଧ୍ୟ ରିପୋର୍ଟ କରାଯାଇଛି । ଦୁଇ ଦିନିଆ ଅଭିଯାନରେ ଆଜି ଭବାନୀପାଟଣା ସହରର ଘର ଘର ଯାଇ ସ୍କ୍ରିନିଂ ଟେଷ୍ଟ କରାଯାଇଛି ।
ସ୍କ୍ରିନିଂ ର ପ୍ରଥମ ଦିନରେ ଆଜି ସ୍କ୍ରିନିଂ ଦଳ ୧୧୪୫୦ଟି ଘରର ୪୪୧୯୩ ଜନସାଧାରଣଙ୍କୁ ସ୍କ୍ରିନିଂ କରିଛି ଏବଂ ୨୩୮ଟି ଲକ୍ଷଣାତ୍ମକ ମାମଲା ପରୀକ୍ଷା କରିଛି । ସେଥିମଧ୍ୟରୁ ୬୮ଟି ପଜିଟିଭ ରିପୋର୍ଟ ହୋଇଛି । ଆସନ୍ତା କାଲି ମଧ୍ୟ ସ୍କ୍ରିନିଂ ଅପରେସନ କରାଯିବ । ତେବେ ଜିଲ୍ଲାରେ ସମୁଦାୟ କରୋନାରେ ଆକ୍ରାନ୍ତ ସଂଖ୍ୟା ୨୦୯୧କୁ ବୃଦ୍ଧି ପାଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
