ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚଳିତ ବର୍ଷ ସହିଦ ନଗର ଦୁର୍ଗା ପୂଜା 48 ବର୍ଷରେ ପଦାର୍ପଣ କରୁଛି । ପୂଜାକୁ ଗୁରୁତ୍ବ ଦେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ସବୁ ପ୍ରକାରର ଦୁର୍ଲଭ ପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାତ କରାଯାଇଛି । ମା ଙ୍କ ମୂର୍ତ୍ତି ନିର୍ମାଣ ଚାଲିଛି. ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁକାର୍ଯ୍ୟ ସରିବ ବୋଲି ସମିତିର ସଭାପତି ହେମନ୍ତ କୁମାର ପରିଡା କହିଛନ୍ତି. ସେହିପରି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ ସବୁ ପ୍ରକାରର ସୁବିଧା କରାଯାଇଛି, ଯଥା ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ଦର୍ଶନ କରିବା ପାଇଁ ସୁବ୍ୟବସ୍ଥା କରାଯାଇଛି, ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ପାଇଁ wheelchair ର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଭିଡ଼କୁ ଦୃଷ୍ଟିରେ ରଖି ବାହାରେ ଏକ ବଡ LEDରେ ପୂଜା ର ସିଧାପ୍ରସାରଣ ବ୍ୟବସ୍ଥା କରାଯିବାପାଇଁ ବ୍ୟବସ୍ଥା କରାଯାଇଛି । ମା’ଙ୍କ ଦର୍ଶନ କୁ ଶୃଙ୍ଖଳିତ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମିତି ପକ୍ଷରୁ 100 ରୁ ଉଦ୍ଧ ସ୍ୱେଚ୍ଛାସେବୀ (ପୁରୁଷ ଓ ମହିଳା) ମାନେ ନିୟୋଜିତ ରହିବେ, ଏବଂ 30 ରୁ ଉଦ୍ଧ ପ୍ରାଇଭେଟ ସୁରକ୍ଷା କର୍ମୀ ମୁତୟନ ହେବେ ତହିଁ ରୁ କିଛି Gunman ରହିବେ ଯେଉଁମାନେ ମା’ଙ୍କ ପାଖରେ 24 ଘଣ୍ଟା ପ୍ରହରା ଦେବେ । ପୁରା ମଣ୍ଡପ ଓ ତାହାର ଚତୁର୍ଦିଗକୁ CCTV ରେ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
