ମେଡିକାଲରେ ସମାଜସେବୀଙ୍କୁ ଦୁର୍ବ୍ଯବହାର

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ପୁରୀଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଏବେ ଅସରନ୍ତି ସମସ୍ଯାରେ ଜର୍ଜରିତ । ଟଙ୍କା ନଦେଲେ ରୋଗୀଙ୍କୁ ଚାହୁଁ ନାହାନ୍ତି । ବାହାରେ ସିକ୍ଯୁରିଟ ଗାର୍ଡଙ୍କ ହାକିମଦାରୀରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅତିଷ୍ଠ ହେଲାଣି । ସୋମବାର ସକାଳୁ ପୁରୀର ଜଣାଶୁଣା ସ୍ବେଚ୍ଛାସେବୀ ,ସମାଜସେବୀ ତଥା ଉର୍ଜାବାନ ଓଡ଼ିଶାର ସମ୍ପାଦିକା ନିହାରିକା ତ୍ରିପାଠୀ ଏକ ସମ୍ପର୍କୀୟଙ୍କ ଦୁର୍ଘଟଣା ହୋଇଥିବା ଖବର ପାଇ ମେଡିକାଲକୁ ଯାଇଥିଲେ ।

ସ୍କୁଟି ରଖିବା ସମୟରେ ସିକ୍ଯୁରିଟ ଗାର୍ଡ ଯୁକ୍ତିତର୍କ କରିବା ସହ ଆଶାଳୀନ ବ୍ଯବହାର କରିଥିଲେ । ଅନେକ ବାଇକ,ସ୍କୁଟି ଓ ସାଇକେଲ ଏଣେତେଣେ ରଖାଯାଇଥିବା ବେଳେ ସମାଜସେବୀଙ୍କ ଗାଡିକୁ କାହିଁକି ବାରଣ କରିବା ସହ ତାଙ୍କ ଫଟୋଚିତ୍ର ଉତୋଳନ କରିବା ନେଇ ସେ ସମ୍ପର୍କରେ ଉଚ୍ଚ ଅଧିକାରୀ ଦୃଷ୍ଟିଦେବା ପାଇଁ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।

Exit mobile version