Home ଓଡ଼ିଶା ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କଲେ ପୁରୀ ସାଂସଦ ଡା ପାତ୍ର ସାଂସଦ ଖେଳ ମହୋତ୍ସବ ଗଣଦୌଡ ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଯୁବ ବର୍ଗ ବିକଶିତ ଭାରତର ସମ୍ବଳ।ସେମାନେ ସୁସ୍ଥ ରହିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହି ପାରିବ । ଏହି ବାର୍ତ୍ତା ନେଇ ଆଜି ଠାରୁ ଆରମ୍ଭ ହୋଇଛି ସାଂସଦ ଖେଳ ମହୋତ୍ସବ । ପ୍ରତ୍ୟୁଷରୁ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରୁ ଏକ ଗଣଦୌଡ ଆୟୋଜନ ହୋଇଥିଲା।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହାକୁ ଉଦଘାଟନ କରିବା ସହ ଯୁବ ବର୍ଗ ଦେଶ ପାଇଁ ଅନେକ ମାନ୍ୟତା ରଖେ।ତେଣୁ ସେମାନଙ୍କ ସୁସ୍ଥତା ଅତ୍ୟନ୍ତ ଜରୁରୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ଯୁବବର୍ଗ ଙ୍କ ପାଇଁ ଚଳିତ ବର୍ଷ ସେପ୍ଟେମ୍ବର ୨୧ ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଯୁବ ଶକ୍ତି ର ଉତ୍ସବ ନାମରେ ସାଂସଦ ଖେଳ ମହୋତ୍ସବ ର ଆୟୋଜନ କରାଯାଇଛି।ଆମ ପିଲା ମାନଙ୍କ ମଧ୍ୟରେ ବିବିଧ କ୍ରିଡା ପ୍ରତିଭାର ବିକାଶ ଓ ସେମାନ ଙ୍କୁ ପରିଚୟ ଦେବା ରେ ଏହା ସହାୟକ ହେବ ବୋଲି ଡା ପାତ୍ର କହିଥିଲେ । ଏହି ମହୋତ୍ସବ ରେ ଭଲିବଲ,କବାଡି,୧୦୦ ମିଟର ଦୌଡ, ଲଙ୍ଗଜମ୍ପ,ହାଇଜମ୍ପ, କ୍ରିକେଟ, ମାଲଖମ୍ବ,କୁସ୍ତି ଭଳି ୮ ଟି କ୍ରିଡା ସାମିଲ ଅଛି । ପୁରୀ ସଂସଦୀୟ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ସାଂସଦ ଖେଳ ମହୋତ୍ସବ ପାଇଁ ଏହି ୮ଟି ବର୍ଗ ପାଇଁ ୫୨ ହଜାର ରୁ ଉର୍ଦ୍ଧ୍ବ ପିଲା ସ୍ବେଛାକୃତ ଭାବେ ପଞ୍ଜିକରଣ କରିଛନ୍ତି ଯାହା ଏକ ରେକର୍ଡ ବୋଲି ସାଂସଦ ସୂଚନା ଦେବା ସହ ମହୋତ୍ସବ ର ସଫଳତା କାମନା କରିଥିଲେ । ଏହି ଅବସରରେ ଯୁବ ବର୍ଗ ନିଶା ଠାରୁ ଦୂରେଇ ରହିବାକୁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଗଣଦୌଡ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇ ଥିଲା । ଏହି ଗଣଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ରୁ ବାହାରି ହେଲିପ୍ୟାଡ ଛକ,ସେଣ୍ଟ୍ରାଲ ସ୍କୁଲ ଛକ,ଭୂଦାନ ଛକ,ପମ୍ପ ହାଉସ ଛକ ଦେଇ ସ୍ପୋର୍ଟ୍ସ କମ୍ଲେକ୍ସ ରେ ପହଞ୍ଚି ଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ,କ୍ରିଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ, ଶିକ୍ଷା କାର୍ଯ୍ୟାଳୟ ର ଶାରିରୀକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, ପିଇଟି ସୂର୍ଯ୍ୟ ନାରାୟଣ ଜେନା, ସୁଚିତ୍ର ଖଟୋଇ,ନିହାର ରଞ୍ଜନ ପଲେଇ,ଡା ଦେବେନ୍ଦ୍ର ତରାଇ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, ଉମାକାନ୍ତ ନାୟକ,ରଞ୍ଜିତା ପାଢ଼ୀ, ଦିଗଦର୍ଶନ ପଟ୍ଟନାୟକ,ଜୟନ୍ତ କୁମାର ଦାସ ,କ୍ରିଡା ଛ୍ରାତ୍ରାବାସର ଅନ୍ତେବାସୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ।ପରେ ଇନଡୋର ହଲରେ ସାଂସଦ ଡା ପାତ୍ର ଏହି କ୍ରିଡା ର ଶୁଭ ଉଦଘାଟନ କରି ପ୍ରତିଯୋଗୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ର ସୁନାମ ବୃଦ୍ଧି ରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026