କଟକ ସଦର ବିଧାୟକଙ୍କ ‌ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରରେ ୩୧୦ ୟୁନିଟ ରକ୍ତ ସଂଗୃହୀତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ‌‌‌ ଜନ୍ମଦିନ ପାଳନ ଅବସରରେ ‌ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ସେବା‌ କାର୍ଯ୍ୟ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ରବିବାର ଦିନ କଟକ ସଦର ବିଜେପି ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ଵବଧାନରେ କନ୍ଦରପୁର ଠାରେ ଏକ ମେଗା ରକ୍ତଦାନ ଶିଦିର ଅନୁଷ୍ଠିତ ହୋ।ଇ ଥିଲା‌, ଏଥିରେ ୩୧୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲ। । ପ୍ରକାଶ ସେନାର ମୁଖ୍ୟ ସଦସ୍ୟ ଶ୍ରୀଧର ରାଉତ ମିଞାଙ୍କ ନେତୃତ୍ୱରେ ‌୨୦ ରୁ ଉର୍ଦ୍ଧ୍ୱ ଯୁବକ ରକ୍ତଦାନ କରିଥିଲେ । ସେହିପରି ବିଜେପିର ବହୁ ସଦସ୍ୟ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହୋଇ ରକ୍ତ ଦାନ କରିଥିଲେ ।

ଏହା ସହିତ କନ୍ଦରପୁର ସ୍ବାସ୍ଥ୍ୟକେନ୍ଦ୍ର‌ ଆନୁକୂଲ୍ୟରେ ତଥା ବିଧାୟକ ପ୍ରକାଶ ସେଠୀଙ୍କ ସଭାପତିତ୍ବରେ ଆୟୋଜିତ “ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,

ପୂର୍ବତନ ଅଧ୍ଯକ୍ଷ ସାଧୁ ଚରଣ ଜେନା, ରଘୁନାଥପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ରମାପଦ ବିଶ୍ବାଳ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭା ହୃଷିକେଶ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ସହାୟତା କରିଥିଲେ l

Exit mobile version