ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ହିଞ୍ଜିଳିକାଟୁ :- ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ଦୟାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଭି. ସଞ୍ଜିତା, ସମିତିସଭ୍ୟ ଇ. ରାଜା ରାଓ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ବେଲଗାଁ ଥାନା ଏସଆଇ କମଳିନୀ ନାଇକ ପ୍ରମୁଖ ଯୋଗ ଦେଇଥିଲେ।
ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ ଓ ସରକାରୀ ସୁବିଧାରୁ ଉପେକ୍ଷିତ ହୋଇଥିବା ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ରାସନ୍ କାର୍ଡ, ଗ୍ରାମୀଣ ଆବାସ, ସ୍ବାସ୍ଥ୍ୟ, ବାର୍ଦ୍ଧକ୍ୟ ଭତ୍ତା, ରାଜସ୍ବ, ମନରେଗା ,ବିଦ୍ୟୁତ ଓ ସୁଭଦ୍ରା ଆଦି ଭିନ୍ନ ଭିନ୍ନ ଯୋଜନା ପାଇଁ ସମୁଦାୟ ୧୭୯ ଟି ଅଭିଯୋଗ ଦାଖଲ ହୋଇଥିଲା ।
