ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନେଟ୍ୱର୍କ ଇଭେଂଟ୍ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ – ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ରହିଛି । ଟ୍ୱିନସିଟିର ସବୁଠାରୁ ବଡ ନବରାତ୍ରି ଭାବେ ପାଳିତ ହେବାକୁ ଥିବା ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ ଇଭେଂଟ ୩ ରାତିର ଅତୁଳନୀୟ ଉତ୍ସାହ, ଆକର୍ଷଣୀୟ ନୃତ୍ୟ,ଲାଇଭ ମ୍ୟୁଜିକ ଓ ଅସିମୀତ ପାର୍ବଣ ଆନନ୍ଦର ପ୍ରତିଶ୍ରୁତି ଦେଉଛି ।
ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ର ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଡୋଲ ଭଳି ଷ୍ଟାର ପ୍ରଦର୍ଶନ ସାମିଲ ରହିଛି । ଏହି ଉତ୍ସବ ସମ୍ପର୍କରେ ନେଟ୍ୱର୍କ ଇଭେଂଟ୍ସ ଆଣ୍ଡ ପ୍ରମୋସନ୍ସର ପ୍ରତିଷ୍ଠାତା ଚନ୍ଦନ ନାୟକ କହିଛନ୍ତି, “ ଦାଣ୍ଡିଆ କାର୍ଣ୍ଣିଭାଲ ସବୁବେଳେ ନୃତ୍ୟ, ଭକ୍ତି ଓ ଆନନ୍ଦ ସହିତ ନବରାତ୍ରିର ଉତ୍ସାହକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଏକତ୍ରିତ କରିଆସିଛି । ଚଳିତ ବର୍ଷ ଆମେ ଏହାକୁ ସମସ୍ତଙ୍କ ପାଇଁ ଆହୁରି ବୃହତ ଓ ସ୍ମରଣୀୟ କରିଛୁ ।”
