Home ଓଡ଼ିଶା କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ। ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେକଗେଟ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା। ସନ୍ଧ୍ୟା ସମୟରେ ତିନି ଅଭିଯୁକ୍ତକୁ ବାଲିଗୁଡ଼ା କୋର୍ଟ ପରିସରରେ ବୋଲରୋ ଗାଡ଼ି ରୁ ଓଲ୍ହାଇବା ବେଳେ ପୋଲିସ ଅବହେଳାର ସୁଯୋଗ ପାଇ ପୋଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମର ଇରା ମଲିକ ସ୍ଥାନୀୟ ଏଲଆଇସି କଲୋନୀ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଉଥିଲା। ଅବକାରି ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ। କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ଯୋଗୁଁ ବାଲିଗୁଡ଼ା ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026