ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ପୋଖରୀଗୋଛା ଗ୍ରାମ ପଞ୍ଚାୟତର ବେଵିରୀ ଗ୍ରାମରେ ଗ୍ରାମ ୱାର୍ଡ ମେମ୍ବର , ଗ୍ରାମ ସଭାପତି, ଅଙ୍ଗନୱାଡି କର୍ମୀଙ୍କ ସମେତ ଶତାଧିକ ଆଦିମ ଜନଜାତି ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ଏ ଅଧିକାର ମେଳା ପାରମ୍ପରିକ ନୃତ୍ୟ ଗୀତ ଓ ଆଲୋଚନା ଚକ୍ର ମାଧ୍ଯମରେ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହେଇଯାଇଛି ।ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଜାନୀ, ମାମିନୀ ନାୟକ, ବବିତା ନାୟକ, ପ୍ରତିମା ପ୍ରଧାନ, ଅଭିମନ୍ୟୁ ସାହୁ, ପ୍ରଦୀପ ସାହୁ, ମନୋରଞ୍ଜନ ସ୍ୱାଇଁ ଇତ୍ୟାଦି ଅଂଶ ଗ୍ରହଣ କରିଥିବା ବେଳେ ଅଧିକାର ମିତ୍ର ଶ୍ରୀଯୁକ୍ତ ପ୍ରକାଶ ମଣ୍ଡଳଙ୍କ ଦ୍ଵାରା ଏ ମେଳା ଆୟୋଜନ ହୋଇଥିଲା ।
ଦଶପଲ୍ଲା ବ୍ଲକର ପ୍ରକଳ୍ପ ଅଧିକାରୀ ପ୍ରଭାତ ସାହୁ ଏ ମେଳା,ଆଲୋଚନାଚକ୍ର ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗ୍ରାମ୍ୟ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଅତିଥି ବୃନ୍ଦଙ୍କୁ ପାରମ୍ପରିକ ଶୈଳୀରେ ନୃତ୍ୟ ଗୀତ ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ପେଡ ମା କେ ନାମ୍ ନାରା ଦେଇ ଗ୍ରାମ ପରିକ୍ରମା କରି ବୃକ୍ଷ ରୋପଣ ବିଷୟରେ ସଚେତନତା ସୃଷ୍ଟି କରିଥଲେ ଏବଂ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅତିଥି ବୃନ୍ଦଙ୍କ କର କମଳରେ ଆମ୍ବ, ଲେମ୍ବୁ ଓ ଡାଳିମ୍ବ ଇତ୍ୟାଦି ଉପାଦେୟ ବୃକ୍ଷ ରୋପଣ ଉତ୍ସଵ ଅନୁଷ୍ଠିତ ହେଇଯାଇଛି ।

