ବାଲ୍ୟ ବିବାହ ନିଷେଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ – ସ୍ଥାନୀୟ ସାମ୍ବାଦିକଙ୍କୁ ଅଣଦେଖା

ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାୟଗଡ଼ା ଜିଲ୍ଲା ରାମନାଗୁଡ ବ୍ଲକ ଅନୁଷ୍ଠିତ ସମ୍ମିଳନୀ କକ୍ଷରେ ବେଟି ବଞ୍ଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପ୍ରାଣିଗ୍ରାହୀ, ସିଡ଼ିପିଓ ଅଞ୍ଜଳି ମହାପାତ୍ର, ଜିଲ୍ଲା ନାରୀ କଲ୍ୟାଣ ସଂଯୋଜକ ଦିବାକର ପରିଛା ପ୍ରମୁଖ ମଞ୍ଚାସୀନ ଥିଲେ I ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ତ୍ରିମାସୀୟ ବାଲ୍ୟବିବାହ ନିଷେଧ ଟାସ୍କ ଫୋର୍ସ ବୈଠକ ସହ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ୨୦୧୫ ମସିହା ଜାନୁଆରୀ ୨୨ ତାରିଖରେ ଏହି ଯୋଜନାର ଶୁଭରମ୍ଭ ହେବା ସହ ଯୋଜନା ର ୧୦ବର୍ଷ ପୂର୍ତ୍ତୀ ଅବସ ସରରେ ସମାଜରେ ପ୍ରତିକ କନ୍ଯା ସନ୍ତାନ ଜନ୍ମରୁ ବଞ୍ଚିବା ସହ ସହ ସୁରକ୍ଷା,ଶିକ୍ଷାକୁ ଗୁରୁତ୍ଵ, ବାଳିକା ମାନଙ୍କୁ ଦକ୍ଷତା ବୃଦ୍ଧି ବୃଦ୍ଧି,

ବାଳିକା ମାନଙ୍କୁ ଙ୍କୁ ବିକାଶ ଦିଗରେ ସମ୍ମାନ ଓ ମନୁଷ୍ୟର ମନରୁ ଲିଙ୍ଗଗତ ଭେଦଭାବ ସହ ସଶକ୍ତିକରଣ ରଣ,ଭୃଣ ଓ ଲିଙ୍ଗ ନିରୂପଣ ହତ୍ୟା ନକରିବା ଏହି ଯୋଜ ଜନାରେ ଲକ୍ଷ୍ୟ ମତ ପ୍ରକାଶ ପାଇଛି Iଏହି କାର୍ଯ୍ୟକ୍ରମରେ ୧୨ ଗୋଟି ପଞ୍ଚାୟତର ସରପଞ୍ଚ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଏଏସ ଆଇ ଜଗନ୍ନାଥ ବେହେରା, ବିଭିନ୍ନ ଆଶ୍ରମ ବିଦ୍ୟାଳୟ ର ମେଟ୍ରୋନ, ବ୍ଲକର ସମସ୍ତ ବିଭାଗୀୟ ୟ ଅଧୂକାରୀ ଉପସ୍ଥିତ ଥିଲେ I କିନ୍ତୁ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସମ୍ପ୍ରସାରଣ ଅଧିକାରୀ ଙ୍କ ପତ୍ର ସଂଖ୍ୟା -୨୭୮୦ ଅନୁଯାୟୀ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ରାମନାଗୁଡ଼ା ପକ୍ଷରୁ ଚିଠି ସଂଖ୍ୟା ୧୧୧୧ ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଞ୍ଜଳି ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରି ବିଭିନ୍ନ ବିଭାଗ ର ଅଧିକାରୀ,

କର୍ମଚାରୀ ମାନଙ୍କୁ ଜଣାଇ ଦିଆଯାଇଥିବା ବେଳେ ସେଥିରେ ମିଡ଼ିଆ ପର୍ସନ ରାମନାଗୁଡ଼ା ବୋଲି ଉଲ୍ଲେଖ କରାଯଇଛି କିନ୍ତୁ କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇନି। ଏଠି ପ୍ରଶ୍ନ ଉଠୁଛି ରାମନାଗୁଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଞ୍ଜଳି ମହାପାତ୍ର ଙ୍କ ସ୍ଥାନୀୟ ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ଆଚରଣ କଣ ପାଇଁ ? କାହା ଇସାରା ରେ ସାମ୍ବାଦିକ ମାନଙ୍କୁ ଏହି ଅଧିକାରୀ ଜଣଙ୍କ ଅଣଦେଖା କରୁଛନ୍ତି! ଏହି କାର୍ଯ୍ୟକ୍ରମ ସମ୍ପର୍କ ରେ ପରେ ଜାଣିବା, ସୂଚନା ତାଳିକା ରେ ଉଲ୍ଲେଖ ଥାଇ କାର୍ଯ୍ୟକ୍ରମ କୁ ନ ଡାକିବା ନେଇ ସାମ୍ବାଦିକ ମହଲ ରେ ସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟକ୍ରମକୁ ସିଡ଼ିପିଓ ଅଞ୍ଜଳି ମହାପାତ୍ର ପାତ୍ର ପରିଚାଳନା କରି କରିଥିଲେI I

Exit mobile version