ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ବ୍ଲକ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଲଡୁପାତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଚିକିତ୍ସା ଅଧିକାରୀ ଡାକ୍ତର ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସେଣ୍ଟେର ଫର ଆସୋସିଏଟେଡ ପ୍ରୋଗ୍ରେସର ମିଳିତ ସହଯୋଗରେ ଡାକ୍ତର ମନ୍ଦାକିନୀ ତ୍ରିପାଠୀ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା, ପ୍ରକାଶ କୁମାର ସାହୁ, ରାଧେଶ୍ୟାମ ପ୍ରଧାନ, ପ୍ରଭାତୀ ବରାଡ଼, ବବୁଲ ଦାସ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

