ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ପୁରୀ :- ଓଡ଼ିଶା ଗୋଷ୍ଠୀ ସହାୟିକା (ସି ଆର ପି, ସି ଏମ) ସଂଘ (ଏଆଇଟିୟୁସି) ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ପ୍ରତିବାଦ ସଭା, ବିକ୍ଷୋଭ ଓ ଗଣଧାରଣା କରାଯାଇଥିଲା ।ଏଥିରେ ରାଜ୍ୟ ସଭାପତି ସାଥି ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା ।
ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର, ରାଜ୍ୟ ଉପସଭାପତି ବ୍ରଜବନ୍ଧୁ ପ୍ରଧାନ, ସାଧାରଣ ସମ୍ପାଦିକା ସରସ୍ଵତୀ ବେହେରା, ରାଜ୍ୟଉପସାଧାରଣ ସମ୍ପାଦିକା ଅନୂସୟା ପ୍ରଧାନ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନବାଦୀ ଗୌଡ଼, ରୁନୁ ମହାନ୍ତ,ସରସ୍ଵତୀ ପ୍ରଧାନ, ମୀନା କୁମାରୀ ମିଶ୍ର, ଦମୟନ୍ତୀ ପୁହାଣ, ଶାନ୍ତିଲତା ବେହେରା, ମେହେରୁନ ଖାତୁନ୍, ମମତା ମହାନ୍ତ,ରେଜିଆ ଖାତୁନ୍, ଝରଣାବାଳା, ସୁଚିତ୍ରା ସ୍ୱାଇଁ, ବାସନ୍ତୀ ବାରିକ, ବିଳାସିନୀ ମହାନ୍ତ, ରୀନା ପରିଡ଼ା ପ୍ରମୁଖ ଉଦ୍ବୋଧନଦେଇଥିଲେ ।

