ଆର, ଉଦୟଗିରି ଠାରେ ସୁସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତିଜିଲ୍ଲା ଆର, ଉଦୟଗିରି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସେପ୍ଟେମ୍ବର ୧୭ ତାରିଖ, ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ୭୫ ଜଜନ୍ମଦିବସରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଯାଏ ଏଇ କାର୍ଯ୍ୟକ୍ରମ ପାଳନ କରାଯିବା ଲାଗି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି।

ତେବେ ଏଇ କାର୍ଯ୍ୟକ୍ରମରେ ଅନୁଜା ବେହେରା (ପିପିପି କନସଲଟାଣ୍ଟ), ଡଃ.ପୁଷ୍ପାଞ୍ଜଳୀ ମିଶ୍ର (ଜେଡି ଏସଜେଏଚ୍ ଏଫଡବ୍ଲ୍ୟୁ),କମଳା କାନ୍ତ ସାହୁ ( ଏସଡିଏମ ଏନଏଚଏମ) ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ଥାନୀୟ ବିଡିଓ ,ମେଡିକାଲ ଇନଚାର୍ଜ,ସରପଞ୍ଚ ଜାମେସ ରାଇକା,ଥାନା ଏସ ଆଇ ସପ୍ନାରାଣୀ ବେହେରା ଓ ସାଂସଦ ପ୍ରତିନିଧି ମଞ୍ଚାସୀନ ଥାଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକ ପାତ କରିଥିଲେ।

ଡାକ୍ତରମାନଙ୍କ ଦ୍ବାରା ଆସିଥିବା ରୋଗୀମାନଙ୍କ ପରୀକ୍ଷା,ଚିକିତ୍ସା ତଥା ମହିଳାଙ୍କ ପଞ୍ଜିକୃତ ହୋଇଥିଲା। ଜିଲ୍ଲାର ବିଭାଗୀୟ ପଦାଧିକାରୀ ତଥା ସ୍ଥାନୀୟ ଅଧିକାରୀ,କର୍ମଚାରୀ,ଆଶା ଅଙ୍ଗନୱାଡ଼ି,ସୁପରଭାଇଜର, ଏଏନଏମ, ବିଏଲଫ୍ ତଥା ସ୍ବୟଂସହାୟିକା ମହିଳା ଗୋଷ୍ଠୀଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା l

 

Exit mobile version