ଗୋ ମାଂସ ଜବତ ଜଣେ ଅଟକ ବ୍ୟକ୍ତିଙ୍କୁ ପୋଲିସ ଛାଡିଲା

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆକ୍ଟିଭା ସ୍କୁଟି ରେ ଗୋ ମାଂସ ଚାଲାଣ ବେଳେ 30 କେଜି ମାଂସ ସହ ଜଣେ ଚାଲାଣକାରି ଅଟକ, ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମରେ, ଆଜି ସକାଳ ସମୟରେ ସନ୍ଦେହ ରେ ଗ୍ରାମବାସୀ ଏକ ସ୍କୁଟି କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଗୋ ମାଂସ ଥିବା ଦେଖିବାକୁ ପାଇଥିଲେ,

ମାଂସ ଜବତ କରି ପୋଲିସ ରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ l ଚାନ୍ଦିପୁଟ ଖ୍ରୀଷ୍ଟିଆନ୍ ସାହିରୁ ଜିରାଙ୍ଗ ତିବ୍ବତ କଲୋନୀ କୁ ଉକ୍ତ ଗୋ ମାଂସ ଚାଲାଣ ହେଉଥିବା କହିଛନ୍ତି ଚାଲାଣ କାରୀ l ଚାଲାଣକାରି ଚାନ୍ଦିପୁଟ ଗ୍ରାମର ଟିଟୁ ଚରଣ ମନ୍ତ୍ରୀ ଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ଅଟକ ରଖିଥିବା ବ୍ୟକ୍ତିଙ୍କୁ ପୋଲିସ ଛାଡି ଦେଇଥିଵା ଅଭିଯୋଗ ହେଉଛି ।

Exit mobile version