ଶ୍ୱଶୁର ଘର ଗାଁରେ ଜ୍ୱାଇଁର ଆତ୍ମହତ୍ୟା : କାରଣ ଅସ୍ପଷ୍ଟ, କଣ୍ଟାବାଞ୍ଜି ପୋଲିସର ତଦନ୍ତ ଆରମ୍ଭ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଘର ଗାଁ ରେ ଜ୍ୱାଇଁ ର ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ଖୁଟୁଲୁମୁଣ୍ଡା ଗାଁ ରେ । ସାଲେପଡା ଗାଁର ଲମ୍ବୋଦର ବାଗ ବୟସ ପଖାପଖି ୬୫ବର୍ଷ ହେବ ସେ ଗତ ୪ ଦିନ ହେବ ଖୁଟୁଲୁମୁଣ୍ଡା ରେ ନିଜ ଶ୍ୱଶୁର ଘର କୁ ଆସିଥିଲେ ।

ଗାଁ ରେ ଗତକାଲି ଲମ୍ବୋଦର ଶ୍ଵଶୁର ଘରୁ ବାହାରି ଥିବା ବେଳେ ଆଜି ସକାଳୁ ଗାଁର ଏକ ଆମ୍ବ ବଗିଚାରେ ଲମ୍ବୋଦର ବାଗ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଛି । କଣ୍ଟାବାଞ୍ଜି ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ମୃତ ଦେହ କୁ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ବେଳେ ।

ମୃତ ଲମ୍ବୋଦର ବାଗ ମାନସିକ ଅବସ୍ଥା ଠିକ ନଥିବା ବେଳେ ସେ ଗତ ରାତିରୁ କୁଆଡେ ପଳାଇ ଯାଇଥିଲେ ଆଜି ମୃତ ଦେହ ଉଦ୍ଧାର ହୋଇଥିଲା ଲମ୍ବୋଦର ପରିବାର ଲୋକେ କାହାକୁ ସନ୍ଧେହ କରୁନଥିବା କହିଛନ୍ତି । ତେବେ କଣ୍ଟାବାଞ୍ଜି ପୁଲିସ ଆଜି ସ୍ଥାନୀୟ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ।

Exit mobile version