ବିଦ୍ୟୁତ୍ ବିଭାଗ ପକ୍ଷରୁ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ବିଶ୍ଵକର୍ମାଙ୍କ ପୂଜା : ଉତ୍ସବମୁଖର ରଣପୁର ଏନଏସି

ରଣପୁର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦେବ ଶିଳ୍ପୀ  ବିଶ୍ଵକର୍ମାଙ୍କ ପୂଜା ରଣପୁର ଅଞ୍ଚଳର ସମସ୍ତ ସ୍ଥାନରେ ତଥା ବିଶେଷ କରି ଦୋକାନ ଘର ଗୁଡ଼ିକରେ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହା ରଣପୁର ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବିଶ୍ଵକର୍ମା ପୂଜା ପାଇଁ ବଜାର ଘାଟ ବନ୍ଦ ଥିବା ସହିତ ବ୍ୟବସାୟିକ ସଂଘ ଦ୍ଵାରା ବିଶ୍ଵକର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ରଣପୁର ଅଞ୍ଚଳର ବିଭିନ୍ନ ଗ୍ୟାରେଜ, ସର୍ଭିସ ସେଣ୍ଟର, ଶୋ’ରୁମ୍‌ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଭଳି ବିଭିନ୍ନ ପରିସରରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଥିଲା  l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଶ୍ଵକର୍ମାଙ୍କ ପୂଜା ପେଣ୍ଡାଲରେ  ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଆଲୋକ ତୋରଣ ଲାଗି ପୂଜା ମଣ୍ଡପ ବେଶ ଆକର୍ଷଣୀୟ ଦେଖାଯାଉଥିଲା । ସଂଧ୍ୟା ସମୟରେ ମେଢ଼ ଦେଖିବା ପାଇଁ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା । 

ପ୍ରଭୂ ଙ୍କ ହୋମ ବିଧି ସମାପ୍ତ ପରେ ପରେ ସମସ୍ତ ବିଦ୍ୟୁତ୍ କର୍ମଚାରୀଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବିଦ୍ୟୁତ  ବିଭାଗୀୟ ଯନ୍ତ୍ରୀ ଶ୍ରୀ ସୁଦର୍ଶନ ପଦମସିଂ ଙ୍କ ଅଧକ୍ଷତାରେ ଲକ୍ଷ୍ମୀଧର ପଣ୍ଡା, ସୁବ୍ରତ କୁମାର ସାହୁ , କେଦାରନାଥ ସୁନ୍ଦରରାୟ ପ୍ରମୁଖ ପୂଜା କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟାନ୍ୟ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀଙ୍କ ସାହାଯ୍ୟ ସହଯୋଗ ଦ୍ବାରା ପୂଜା କାର୍ଯ୍ୟ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଥିଲା । ରଣପୁରରେ ସରକାରୀ ଏବଂ ବେସକାରୀ ବିଭାଗ ଗୁଡିକ ମଧ୍ୟ ବିଶ୍ଵକର୍ମା ପୂଜାକୁ ନେଇ ବେଶ୍ ଉତ୍ସବମୁଖର ଥିଲା ।

Exit mobile version