ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବ୍ଳକ ନରସିଂହପୁର ଗ୍ରାମର ୧୦୭ ବର୍ଷ ବୟସ୍କ ଜଳଧର ରାଉତରାୟଙ୍କର ଇହଲୀଳା ସମ୍ଵରଣର ଦ୍ବାଦଶାହରେ ଗତ ଗୁରୁବାର ଅପରାହ୍ନରେ ‘ଚାନ୍ଦପୁର ଆଞ୍ଚଳିକ ପୂଜ୍ଯପୂଜା ପରିଷଦ’ ସହଯୋଗରେ ଏକ ସ୍ମୁତି ଚାରଣ ସଭା ତାଙ୍କ ବାସଭବନ ଠାରେ ଆୟୋଜନ କରା ଯାଇଥିଲା । ଆଞ୍ଚଳିକ ପୂଜ୍ୟପୂଜା ପରିଷଦର ସଭାପତି ବରିଷ୍ଠ ଆଇନଜୀବି ନାରାୟଣ ମହାପାତ୍ର, ଉପ ସଭାପତି ବାଳକୃଷ୍ଣ ମହାପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ନାୟକ,ଅବସରପ୍ରାପ୍ତ ଶିକ୍ଷକ ମନୋଜ ପ୍ରାତ୍ର, ପ୍ରଦ୍ୟୁମ୍ନ କୁମାର ସାଥୁଆ, ସୁରେନ୍ଦ୍ର ପରିଡା,
ମାଧବ ଚନ୍ଦ୍ର ରାଉତ, କାଶୀନାଥ ପ୍ରଧାନ, ଚନ୍ଦମଣି ପ୍ରଧାନ ତଥା ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ଜଳଧର ରାଉତରାୟଙ୍କର ସ୍ମୁତି ଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସ୍ୱର୍ଗତ ଜଳଧରଙ୍କ ଭଣଜା ଶିକ୍ଷାବିତ୍ ଭାସ୍କର ଚନ୍ଦ ପ୍ରଧାନ (ଅବସରପ୍ରାପ୍ତ ଶିକ୍ଷକ) ମାମୁଁଙ୍କର ଗୁଣଗାନକରି ସେ ଜଣେ ସମାଜସେବୀ, ବନ୍ଧୁବତ୍ସଳ, ପରୋପକାରୀ,ନିରୋଗୀ ସାଧାରଣ କୃଷକ ହେଇ ମଧ୍ୟ ନିଜର ତଥା ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଜୀବନ ଉତ୍ସର୍ଗ କରିଥିବା ଅଭିହିତ କରିଥିଲେ ।
