ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଦୁର୍ନୀତିରେ ବୁଡିକି ଅଛନ୍ତି । କେବଳ ଦୁର୍ନୀତି ନୁହେଁ ବେଆଇନ ଭାବରେ ନିୟମକୁ ମାଡି ମକଚି ମନମୁଖୀ ଚଳାଇଛନ୍ତି ବୋଲି ଓଡିଶା ବୁଣାକାର ମହାସଂଘ ଭୁବନେଶ୍ୱର ବୁଧବାର ରାଜ୍ୟ ରେଡ଼କ୍ରସ ଭବନ ସମ୍ମିଳନୀ କକ୍ଷରେ ସଂଘର କର୍ମକତ୍ତାଙ୍କ ଉପସ୍ଥିତିରେ କହିଛନ୍ତି ଶ୍ରୀଧର ବେହେରା । ସେ ଶ୍ରୀ ମେହେରଙ୍କୁ ପଦବୀରୁ ବହିଷ୍କାର ପାଇଁ ଦାବୀ କରିଛନ୍ତି ।
ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ“ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲି ”(ବୟନିକା) ହେଉଛି ରାଜ୍ୟର ବୁଣାକାରମାନେଉତ୍ପାଦିତ କରୁଥିବା ବସ୍ତ୍ର ସାମଗ୍ରୀକୁ ବ୍ୟବସାୟିକ ସହଯୋଗ ଦେବାପାଇଁ ବୟନିକା ବିଧବ୍ୟବସ୍ଥା ଅନୁସାରେଅଙ୍ଗୀକାରବଦ୍ଧ ଏକ ଶୀର୍ଷ ସମବାୟ ଅନୁଷ୍ଠାନ । ଆଜିର ଦିନରେ ବୁଣାକାରମାନଙ୍କ ବ୍ୟବସାୟିକ ଆବଶ୍ୟକତାପୂରଣ କରୁଥିବା ବୟନିକାର ବିକଳ୍ପ ନାହିଁ । ସର୍ବୋପରି ବୟନିକା ହେଉଛି ସାରା ରାଜ୍ୟର ବୁଣାକାରମାନଙ୍କଜୀବନ ଜୀବିକା ନିର୍ବାହର ଏକମାତ୍ର ମାଧ୍ୟମ ।

