ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଣ୍ଟାବାଞ୍ଜି କୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲାହଁ ଘୋଷଣା ଦାବି ନେଇ ପୁଣି ଗୋଡ଼ ଟେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଏହାକୁ ନେଇ ଆଜି ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ ଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ ସଦସ୍ୟ ସାମିଲ ରହିବା ସହ ସହରର ବରିଷ୍ଠ ମାନ୍ୟଗୁଣ୍ୟ ବ୍ୟକ୍ତି ସାମିଲ ରହିଥିଲେ ।
ବିଗତ ଅନେକ ବର୍ଷ ହେଲା କଣ୍ଟାବାଞ୍ଜି କୁ ସରକାର ଅଣଦେଖା କରିଛନ୍ତି । ଏହା ସହ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି କୁ ମଧ୍ୟ କର୍ଣ୍ଣପାତ କରି ନାହାନ୍ତି ତେଣୁ ଆଗାମୀ ଦିନରେ ଜିଲ୍ଲା ଦାବି କୁ ଆହୁରୀ ତୀବ୍ର କରାଯିବା ନେଇ ଆଜିର ଆଲୋଚନା ହୋଇଥିବା ବେଳେ କଣ ସବୁ ପନ୍ଥା ହାତକୁ ନିଆଯିବ ଏବଂ ସରକାର ଙ୍କୁ ମଧ୍ୟ ଏକ ଦାବି ଦିଆଯିବ ବୋଲି ବୈଠକ ରେ ଚର୍ଚ୍ଚା ହୋଇଛି ।

