ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର ସକାଳେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି ।
ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିନସ୍ଥ ସୁଡ୍ରା ଯିବା ରାସ୍ତାର ଡାବୁଡ଼କା ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା ୨୧ ତାରିଖରେ ଲାଲ୍ ବାହୀନି ପାଳୁଛି ୨୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।
