Home ଓଡ଼ିଶା ଜଟଣୀ ଉତ୍ତରାୟଣୀ କ୍ଲବ “କର୍ମ ମନ୍ଦିର” ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତ୍ତିକ କାର୍ଯ୍ୟକ୍ରମ : ନୂଆଖାଇ “ଭେଟଘାଟ” ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଜଟଣୀ ଇତିହାସରେ ପ୍ରଥମ ଥର ପାଇଁ ଜଟଣୀ ନିର୍ବାଚନ ମଣ୍ଡଳୀର, ସୁନାମ ଧନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ”କର୍ମ ମନ୍ଦିର”ଦ୍ଵାରା ନୂଆଖାଈ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର କାନ୍ହୁ ଚରଣ ଧୀର,ଓ ଏ ଏସ, ସ୍ପେସିଆଲ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବ୍ୟକ୍ତିଗତ ସଚିବ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଯୋଜକ, ନାଟ୍ୟକାର ଏବଂ ନିର୍ଦ୍ଦେଶକ ବିପ୍ଳବ କେଶରୀ ଶତପଥୀ ଏବଂ ଜଟଣୀ ଥାନାର ଇନ୍ସପେକ୍ଟର ଷ୍ଟାଲିନ ବିଶ୍ୱାଳ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦ୍ବୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଦୂର ମୟୁରଭଞ୍ଜରୁ ଆସିଥିବା କଳାକାର ମାନେ ଛଉ ନୃତ୍ୟ, ସମ୍ବଲପୁରର କଳାକାର ମାନେ ସମ୍ବଲପୁରୀ ଲୋକ ନୃତ୍ୟ ପରବେଷଣ କରିବା ସହ ଓଡିଶୀ କଳାକାର ମାନଙ୍କର ନୃତ୍ୟ ଦର୍ଶକଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସବିତା ରାୟ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ମନୋଜ ମିଶ୍ର, ସନ୍ତୋଷ ଶାସ୍ତ୍ରୀ,ପ୍ରଶାନ୍ତ ପ୍ରଧାନ,ପ୍ରଦୀପ ଜେନା, ପ୍ରଶାନ୍ତ କାଣ୍ଡି,ଚିତ୍ତ ରଞ୍ଜନ ସୁନ୍ଦରାୟ, କିଶୋର ସାହୁ ପ୍ରମୁଖ ସଂଯୋଜନା କରିଥିଲେ। ଏହି ଅବସରରେ ଜଟଣୀର ମିଲନ କ୍ଲବ୍ ଲୋକ କଲୋନୀ, ଶାଇ ସେବା କ୍ଳବ୍ ହାଟ ବଜାର, ବାଲାଜୀ ଯୁବକ ସଂଘ କୁଦିଆରୀ, ବିନାୟକ କ୍ଳବ୍ ଗଜପତି ନଗର ଓ ମାରୁତି କ୍ଳବ୍ ଷଣ୍ଢପୁର ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026