ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନର ବାର୍ଷିକ ଉତ୍ସବ-୨୦୨୫

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ବର୍ତ୍ତମାନ ସମସ୍ତ ଯୁବପିଢୀ ଓଡ଼ିଶାର ସଂସ୍କୃତିକୁ ଭୁଲି ବିଦେଶୀ ସଭ୍ୟତାକୁ ଆପଣେଇଲେଣି । ଏଣୁ ଓଡ଼ିଶାର ସଂସ୍କୃତି ଓ ଭାଷାକୁ ଆଗେଇ ନେବାଲାଗି “ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ୍‌”ସଂସ୍ଥା ତାର କାର୍ଯ୍ୟକ୍ରମ ଜାରି ରଖିଛି । “ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ୍‌”ର ବାର୍ଷିକ ଉତ୍ସବ – ୨୦୨୫ ଆଜି ତା୧୭.୦୯.୨୦୨୫ ରିଖରେ ଉର୍ମିଳା ମଣ୍ଡପ, ମଞ୍ଚେଶ୍ୱର, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ୍‌ର ସଭାପତି ମହମ୍ମଦ ରଫିକ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ଲେବ୍ୟାକ୍ ସିଙ୍ଗର ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୁଲଦୀପ, ସୁଚିତ୍ରା ଏବଂ ମ୍ୟୁଜିସିଆନ୍ ମାନେ ନୃତ୍ୟ ଓ ଗୀତର ପରିବେଷଣ ଦର୍ଶକ ମାନଙ୍କର ମନ ଜିଣିଥିଲେ ।

ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ୍ ସଂସ୍ଥାଟି ଗୀତ ଓ ନୃତ୍ୟ ପରିବେଷଣ କରି ଯୁବପିଢୀମାନଙ୍କୁ ଖୁସି କରିଥିଲେ ଏବଂ ଯୁବପିଢୀମାନଙ୍କୁ ସୁଯୋଗ ଓ ସୁବିଧା ଦେଇ ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ଆଗେଇନେବା ପାଇଁ ପ୍ରେରଣା ଯୋଗାଇଛନ୍ତି ଏବଂ ଯୁବପିଢୀମାନେ ଏହି ସଂସ୍ଥାକୁ ଭୁରିଭୁରି ପ୍ରଶଂସା କରିଥିଲେ । ମହମ୍ମଦ ରଫିକ୍ ସଭାପତି, ଡାଇନାମିକ୍ ଇଣ୍ଟରଟେନ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ୍‌ l

Exit mobile version