କଟକରେ ଲୋକକଳା ମହାକୁମ୍ଭ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଟକରେ ରାଜ୍ୟ ସ୍ତରୀୟ ଲୋକକଳା ମହାକୁମ୍ଭ ପାଇଁ ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘର ଏକ ପ୍ରସ୍ତୁତି ବୈଠକ ଓ କଟକ ମହାନଗର ଏବଂ କଟକ ଜିଲ୍ଲା କମିଟି ଗଠନ କରାଯିବା ଅବସରରେ ଚାନ୍ଦିନୀ ଚୌକି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଟକ ନଗର ଉପଦେଷ୍ଟା ଭାବେ ଗାୟକ ମଞ୍ଜୁଳ ଜଗନ୍ନାଥ ସିଂ, ଦୀପକ୍ ରାଜ, ଆଇନଜୀବୀ ସଂଯୋଜ କୁମାର ସାମନ୍ତରାୟ ମନୋନୀତ ହୋଇଥିବାବେଳେ ନଗର ସଭାପତି ପ୍ରତାପ କେଶରୀ ସିଂ , ଉପ ସଭାପତି ଡକ୍ଟର ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ,

ସଂଗଠନ ସମ୍ପାଦକ – ସୋମନାଥ ଦାସ, ସମ୍ପାଦକ – ନିହାର ରଞ୍ଜନ ସାମନ୍ତରାୟ, ସଂଯୋଜକ – ନାରାୟଣ ମୁଦୁଲି, ଉପଦେଷ୍ଟା – ଗୋପାଳ ଚନ୍ଦ୍ର ମିଶ୍ର କଟକ ଜିଲ୍ଲା କମିଟିର ସଭାପତି ମାଗୁଣି ଚରଣ ରାଉତ, ଉପ ସଭାପତି – କାଞ୍ଚନ ବାଳା ବେହେରା , ସମ୍ପାଦକ ବିଚିତ୍ରା ନନ୍ଦ ତ୍ରୀପାଠୀ , ସହ ସମ୍ପାଦକ ମହେଶ୍ବର ବେହେରା, ସଂଯୋଜକ, ରବୀନ୍ଦ୍ର ନାଥ ସାହୁ , କାର୍ଯ୍ୟନିର୍ବାହୀ ସଭ୍ୟ- ରଶ୍ମିକାନ୍ତ ସ୍ୱାଇଁ , ସୌଭାଗ୍ୟ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିବାସ ଚନ୍ଦ୍ର ମିଶ୍ର, ଉପସଭାପତି ବିବେକାନନ୍ଦ ବେଉରା, ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ସାମଲ, ଅମରେନ୍ଦ୍ର ସ୍ବାଇଁ, ରାଜଲକ୍ଷ୍ମୀ ଦାସ, ପ୍ରମୁଖ ଯୋଗ ଦେଇ ଆସନ୍ତା ବର୍ଷରେ ମହାସଂଘ ପକ୍ଷରୁ କଟକର ବାଲିଯାତ୍ରା ପଡିଆ ଠାରେ କଳାକାର ମହାକୁମ୍ୱ ମେଳା ଅନୁଷ୍ଠିତ କରାଯିବ ଏବଂ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ କଳାକାରମାନେ ଯୋଗ ଦେଇ ସେମାନଙ୍କର କଳା ପ୍ରଦର୍ଶନ କରିବେ ବୋଲି ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି ।

ଶେଷରେ ରାଜ୍ୟ ସଂପାଦକ ବିନୋଦ କୁମାର ଭୋଇ ବିଭିନ୍ନ ପ୍ରସ୍ତାବମାନ ଆଗତ କରିବା ପରେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହାସଂଘ ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ ଥିବା ଲୋକ କଳାକାରମାନଙ୍କୁ ଚିହ୍ନଟ କରି ସରକାରଙ୍କ ନିକଟରେ ସେମାନଙ୍କୁ ପରିଚୟ ପ୍ରଦାନ କରିବା ଏବଂ କଳାକାରଙ୍କର ଅଭାବ ଅସୁବିଧାର ହକ ଅଧିକାର ପାଇଁ ମହାସଂଘ ସର୍ବଦା ଲଢେଇ କରିବ ବୋଲି କୁହାଯାଇଛି । ଏହି ବୈଠକରେ କଟକ, ବାଙ୍କି, ଆଠଗଡ, ନିଆଳି, କଣ୍ଟାପଡ଼ା ଅଞ୍ଚଳର ବହୁ କଳାକାର ଯୋଗ ଦେଇଥିଲେ ।

Exit mobile version