Home ଓଡ଼ିଶା ଶ୍ରୀଜଗନ୍ନାଥ ଚେତନା ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଶରଧାବାଲି ନିକଟ ଚୈତନ୍ୟ ଚନ୍ଦ୍ର ଆଶ୍ରମ ପରିସରରେ ଏକ ଦିବସୀୟ ଶ୍ରୀଜଗନ୍ନାଥ ଚେତନା ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ସର୍ବପ୍ରଥମେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାରଣ ସଂଗଠକ ମାନେ ପ୍ରାତଃ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସମୁହ ସ୍ୱାଧ୍ୟାୟ କରିଥିଲେ। ଚୈତନ୍ୟ ଚନ୍ଦ୍ର ଆଶ୍ରମର ମଠାଧୀଶ ପୂଜ୍ୟ ସ୍ୱାମୀ ଭକ୍ତି ବିଜ୍ଞାନ ଅକିଞ୍ଚନ ମହାରାଜ , ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ସିଦ୍ଧେଶ୍ୱର ମହାପାତ୍ର ଏବଂ ଜୟ ଜଗନ୍ନାଥ ଟିଭିର ଶେଷଦେବ ସାହୁ ମହାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିବିରାର୍ଥୀ ମାନେ ମହାପ୍ରଭୁଙ୍କ ବିଷୟରେ ଲିଖିତ ପରୀକ୍ଷା ଦେଇ ଦ୍ୱିତୀୟ ପର୍ଯ୍ୟାୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉତ୍ତୀର୍ଣ୍ଣ ହୋଇଥିଲେ। ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦେବଦଳନ ବିଭାଗ ନାମରେ ୧୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଡିଜିଟାଲ କୁଇଜରେ ଭାଗ ନେଇ ଥିବା ବେଳେ ଜଗନ୍ନାଥ ଟିମ୍ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ସେବାୟତ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ମାଧବ ପୂଜାପଣ୍ଡା ସାମନ୍ତ, ବିଶ୍ୱନାଥ ସାମନ୍ତରା,ଶରତ ମହାନ୍ତି, ଗଙ୍ଗାଧର ପ୍ରତିହାରୀ, ଡଃ ଭାସ୍କର ମିଶ୍ର ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାର ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝୀ ଏବଂ ଅନ୍ୟତମ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦାନ କରି ଏଭଳି ମହାନ୍ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପୂଜ୍ୟପୂଜା ପରମ୍ପରାରେ ଆଇ ଏମଟିର ପ୍ରତିଷ୍ଠାତା ବିଶ୍ୱନାଥ ରଥ,ଶିକ୍ଷକ ଉମାକାନ୍ତ ପୃଷ୍ଟି, ନିଳାଦ୍ରୀ ଟ୍ରଷ୍ଟର ସଭ୍ୟ ନନ୍ଦ କିଶୋର ଜେନା, ଅରୁଣ ଲେଙ୍କା, ରମେଶ ପାଢ଼ୀ, କେଏମ୍ ବିବି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୁନୀ ସୂତାର, ପୁରୀ ସମଗ୍ର ଶିକ୍ଷାର କାର୍ଯ୍ୟ ସୂଚୀ ନିଷ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଏବଂ କୁଇଜ୍ ମାଷ୍ଟର ଅମ୍ଳାନ କୁମାର ସମେତ ବରିଷ୍ଠ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଡଃ ଶୁଭେନ୍ଦୁ ସ୍ୱାଇଁ ପରିଚାଳନା କରୁଥିଲା ବେଳେ, ଉପଦେଷ୍ଟା ଲିଙ୍ଗରାଜ ପତି ସହଯୋଗ କରିଥିଲେ। ବରିଷ୍ଠ ଚାରଣ ସମୀର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଚାରଣ ଭରତ ନାଥ, କାହ୍ନୁ ଚରଣ ସାହୁ, ଗଣେଶ୍ୱର ବେହେରା,ତରଣୀସେନ ଲେଙ୍କା,ଉଦୟ କୁମାର, ଦେବବ୍ରତ ସିଂ, ଅଭିମନ୍ୟୁ ଦାସ, ତ୍ରିଲୋଚନ ପ୍ରସାଦ, ମନୋରଞ୍ଜନ ଭୂୟାଁ, ରୀନାରାଣୀ ବେହେରା, ମାଳତୀ ସ୍ୱାଇଁ,ମମତା ନାଥ, ଶାନ୍ତିଲତା ପରିଡା,ସତ୍ୟନାରାୟଣ ସେନାପତି, ନରହରି ସାହୁ, ସଞ୍ଜୟ କୁମାର ରାଉତ, ହେମନ୍ତ ସୂତାର ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026 ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ by Proprietor Abhimanyu Maharana August 3, 2026 ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ by Proprietor Abhimanyu Maharana August 3, 2026