CITU ତରଫରୁ ଆଶା କର୍ମୀଙ୍କ ତୃତୀୟ ଦଶପଲ୍ଲା ବ୍ଲକ ସମ୍ମିଳନୀ ଇଲେଭେନ ଷ୍ଟାର କ୍ଳବ ଠାରେ ଅନୁଷ୍ଠିତ ହୋଇ ଯାଇଛି

ଦଶପଲ୍ଲା  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶା ଆଶା କର୍ମୀ ଆସୋସିଏସନ ର ତୃତୀୟ ଦଶପଲ୍ଲା ବ୍ଲକ ସମ୍ମିଳନୀ CITU ନେତୃତ୍ୱ ରେ ଇଲେଭେନ ଷ୍ଟାର କ୍ଳବ ଠାରେ ସଞ୍ଜୁକ୍ତା ପଣ୍ଡା ଓ କାଞ୍ଚନ ବେହେରା ଙ୍କ ସଭାପତି ମଣ୍ଡଳୀ ନେତୃତ୍ବ ରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାନେତ୍ରୀ ସଞ୍ଜୁକ୍ତା ପଣ୍ଡା ଉତ୍ତୋଳନ କଲା ପରେ ସମସ୍ତ ସାଥୀ ସହିଦ ବେଦୀ ରେ ମାଲ୍ୟାର୍ପଣ ପରେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା ।

ସମ୍ମିଳନୀ କୁ ସିଟୁର ଜିଲ୍ଲା ନେତା ସାଥୀ ଶରତଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ, କୃଷକ,କର୍ମଚାରୀ ତଥା ଜନ ବିରୋଧି ନୀତି କୁ ତୀବ୍ର ସମାଲୋଚନା କରିଥିଲେ । ସରକାର ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼ କୁ ତୁରନ୍ତ ବାତିଲ କରିବାକୁ ଦାବୀ କରିଥିଲେ । କେନ୍ଦ୍ର ମୋଦୀ ସରକାର ଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତି କୁ ଲଗାମ ଦେବା ସହ ଆଶା କର୍ମୀ ମାନଙ୍କ ଅଧିକାର ପାଇଁ ଦୃଢ଼ ଆନ୍ଦୋଳନ ଗଢିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ଉପସଭାପତି ସୁରେଶ ସ୍ଵାଇଁ ଆଶାକର୍ମୀ ଙ୍କୁ ନିୟମିତ କର୍ମଚାରୀର ମାନ୍ୟତା,୨୬୦୦୦ ଟଙ୍କା ମାସିକ ଦରମା,୧୦,୦୦୦ ଟଙ୍କା ମାସିକ ପେନସନ ଓ ସାମାଜିକ ସୁରକ୍ଷା ସରକାର ଯୋଗାଇ ଦେବାକୁ ଦାବୀ କରିଥିଲେ ।

ଏହି ସମ୍ମିଳନୀ ରେ ସମ୍ପାଦିକା ଶସ୍ମିତା ପଟ୍ଟନାୟକ ଙ୍କ ଉପସ୍ଥାପିତ ସାଙ୍ଗଠନିକ ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲା ବେଳେ ଉପସ୍ଥିତ ଅତିଥି ଓ ଭାତୃ ପ୍ରତିମ ସଂଗଠନ ର ନେତୃତ୍ୱ ମାନେ ସମ୍ମିଳନୀ ର ସଫଳତା କାମନା କରିଥିଲେ। ସମ୍ମିଳନୀରେ ନୂତନ ବ୍ଳକ ସଭାପତି ଭାବେ କାଞ୍ଚନ ବେହେରା,ସମ୍ପାଦିକା ଭାବେ ନଳିନୀ ରଥ,କୋଷାଧ୍ୟକ୍ଷ ଭାବେ ଟିକିନା ବାରିକ,ଉପସଭାପତି ଭାବେ ସଞ୍ଜୁକ୍ତା ପଣ୍ଡା ଓ ଶରତଚନ୍ଦ୍ର ବେହେରା,ସହ ସମ୍ପାଦିକା ଭାବେ ଶସ୍ମିତା ପଟ୍ଟନାୟକ ଓ ସବିତା ଦେଇ ନିର୍ବାଚିତ ହୋଇଥିଲା ବେଳେ ସଦସ୍ଯା ଭାବେ ରୀନା ସାହୁ,

ମେନକା ନାଏକ,ଅବନ୍ତୀ ମଲିକ, ମାଳତୀ ସାହୁ,ସ୍ଵର୍ଣ୍ଣ ଲତା ଶତପଥୀ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ। ଏହି ସମ୍ମିଳନୀ ରେ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ,ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ଶ୍ରମିକ ନେତା ଶରତଚନ୍ଦ୍ର ବେହେରା, ଜିଲ୍ଲା ନେତ୍ରୀ ସଂଯୁକ୍ତା ସେଠୀ,କାଳନ୍ଦୀ ନାୟକ,କାଳନ୍ଦୀ ନାୟକ,ମଙ୍ଗୁଳି ରାଉତ,ପାଞ୍ଚାଳୀ ସାହୁ,ନନ୍ଦ ମହାପାତ୍ର ,ଗୀତାଞ୍ଜଳି ନାୟକ କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବ ନେତା ବିପିନୀ ବାଜୁ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ ।

Exit mobile version