ବାଇପଦା ସରକାରୀ ଉଚ୍ଚବିଦ୍ୟାଳୟ ରେ ପୋଷାକ ବିତରଣ ଉଚ୍ଛବ

 ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମଙ୍ଗଳବାର ବିରିଡି ବ୍ଲକ ଅନ୍ତର୍ଗତ ବାଇପଦା ବିଶ୍ୱନାଥ ସରକାରୀ ଉଚ୍ଚବିଦ୍ୟାଳୟ ରେ ପୋଷାକ ବିତରଣ ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି l ଗଙ୍ଗା ଧର ମେହେର ଶିକ୍ଷା ମାନବୃଦ୍ଧି ଯୋଜନା ରେ ଛତ୍ର ଛାତ୍ରୀ ମାନଂକୁ ପୋଷାକ ବିତରଣ କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ନାରାୟଣ ପରିଡା ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ବାସନ୍ଦରା ସରପଞ୍ଚ ଲଷ୍ମୀ ପ୍ରିୟା ଜେନା,

ସମ୍ମାନୀୟ ଅତିଥିତି ଭାବେ ସ୍କୁଲ ପରିଚାଳନା କମିମିଟୀ ର ସଭାପତି ଶୁଭେନ୍ଦୁ ମହାନ୍ତି, ଅଲମିନି ସଭାପତି ହେମନ୍ତ କୁମାର ବିଶ୍ୱାଳ, ସମାଜ ସେବୀ ପ୍ରଶାନ୍ତ କୁମାର ଜେନା, ଶିକ୍ଷକ ସନ୍ତୋଷ କୁମାର ବେହେରା, ଶିକ୍ଷୟିତ୍ରୀ ପଲ୍ଲିଶ୍ରୀ ଦାସ, ରାଜସ୍ମିତା ଦାସ, ଆଶୁତୋଷ ପଟ୍ଟନାୟକ, ସତ୍ୟ ରଞ୍ଜନ ଚୌଧୁରୀ, ପିୟୁଷ ରଞ୍ଜନ ଜେନା, ଜ୍ୟୋଷ୍ଣା ରାଣୀ ବାରିକ, ମଧୁମିତା ବେହେରା, ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାସ, ଉପ ସ୍ଥିତ ଥିଲେ l ନୀଳିମା ସାହୁ, ପ୍ରଧାନୀ ସହାୟତା କରିଥିଲେ l

Exit mobile version