ଭୁବନେଶ୍ୱରରେ ପୁଅ ଜିଉଁତିଆ ଓଷା

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ‘ପୁଅ ଜିଉଁତିଆ’ ଓଷା ଭୁବନେଶ୍ୱରର ୟୁନିଟ-୬ ସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଇଛି ।  ଏହି  ଓଷାରେ ୫୦ ରୁ ଉର୍ଦ୍ଧ୍ବ ଓଷା କରୁଥିବା ମାଆ ମାନେ ଯୋଗ ଦେଇ ଥିଲେ l  ୨୪ ଘଣ୍ଟା ନିର୍ଜଳା ଉପବାସ କରି ମାଆ ମାନେ ଏହି ଓଷା ନିଜ ପୁଅ ଓ ଝିଅମାନଙ୍କର ଦୀର୍ଘ ଜୀବନ ପାଇଁ ପାଳନ କରିଥାନ୍ତି ।  ଏହାକୁ  ‘ଦୂତିବାହନ ଓଷା’ ମଧ୍ୟ କୁହାଯାଏ ।  ମା ଏବଂ ତାଙ୍କ ପିଲାମାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ଏହି ଓଷା ଦର୍ଶାଇଥାଏ l


ଆଶ୍ୱିନ ମାସ  କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳନ କରାଯାଏ l ମାତାମାନେ ନିଜ ନିଜ ଅଞ୍ଚଳରେ ଖୋଲା ସ୍ଥାନରେ ଏକତ୍ରିତ ହୋଇ ସନ୍ଧ୍ୟାରେ ପୂଜା କରନ୍ତି l ଏହି ପର୍ବ ସମୟରେ ୨୧ ପ୍ରକାରର ଫଳ  ଏବଂ ଫୁଲରେ ସଜାଯାଇଥିବା ଖୋଲା ସ୍ଥାନରେ ଭଗବାନ ଦୁତିବାହନଙ୍କୁ ପୂଜା କରାଯାଏ । ମାଆ ମାନେ ପ୍ରଭୁ ଦୁତିବାହନଙ୍କୁ ୧୦୮ ଦୁବ ଏବଂ ୧୦୮ ଅରୁଆ ଚାଉଳ  ସହିତ ଜିଉଁତିଆ, ଜୁଗାର ନେଇ ପୂଜା କରନ୍ତି  ଏବଂ ବ୍ରତ କଥା ଶୁଣନ୍ତି l

   ପରଦିନ ଦିନ, ମାଆମାନେ ନିକଟସ୍ଥ ନଦୀ କିମ୍ବା ପୋଖରୀରେ ରେ ଏକ ପବିତ୍ର ବୁଡ଼ ପକାଇ ନଦୀ କୂଳରେ ରୀତିନୀତି କରନ୍ତି l ତାପରେ, ସେମାନେ ୧୦୮ ଦୁବ ଏବଂ ୧୦୮ ଅରୁଆ ଓ ଜିଉଁତିଆ ମିଶି  ଏକତ୍ର ବନ୍ଧା ଯାଇଥିବା ବିଡାକୁ   ଧରି  ପିଲାମାନଙ୍କର  ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସାତଥର ଉତାରୀ ଥାନ୍ତି  । ଏହା ପିଲାମାନଙ୍କୁ ଅସୁସ୍ଥତା ଏବଂ କୁଦୃଷ୍ଟିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ l ଜିଉଁତିଆ ତା’ପରେ ପିଲାମାନଙ୍କ ହାତରେ ବନ୍ଧା ହୁଏ l

ପିଲାମାନଂକୁ  ସୁସ୍ୱାଦୁ ଖାଦ୍ୟ ଏବଂ ବସ୍ତ୍ର ଦେବା ପରେ  ମାତାମାନେ ଉପବାସ ଭାଙ୍ଗନ୍ତି l ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ପୂର୍ବତନ ବରଗଡ଼ ସାଂସଦ ଡଃ ପ୍ରଭାସ ସିଂ, ବିବେକାନନ୍ଦ ଭୋଇ,ଶିବ ଶଙ୍କର ମିଶ୍ର ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ସରୋଜ ପଣ୍ଡା , ରୁଦ୍ର ପ୍ରସାଦ ବେହେରା ,ରାଘବ ଗଡୁଆ ଓ କୁବେର ପ୍ରମୁଖ  ସହଯୋଗ କରିଥିଲେ ।

Exit mobile version