ସଫଳ କ୍ରୃଷକ,ଅଶୀ ବର୍ଷ ର ଭିକାରୀ ସାର୍

ବାଲୁଗାଁ  (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :-  ଵୟସ ଅଶୀବର୍ଷ ଟପିଲା । ଅବସର ନେବାର ୨୨ଵର୍ଷ ବିତିଗଲାଣି । ହେଲେ ଏବେ ସେ ଚଳଚଞ୍ଚଳ । ବୟସ ଓ ବାର୍ଦ୍ଧକ୍ୟ ଯେମିତି ହାର ମାନିଛି ତାଙ୍କ ପାଖରେ । ସରକାରୀ ଚାକିରି ରୁ ଅବସର ନେବା ପରେ ସେ ଏବେ ପାଲଟି ଯାଇଛନ୍ତି ଜଣେ ସଫଳ ଚାଷୀ । ଵାସଘର ପାର୍ଶ୍ୱ ଏକଦା ଏକ ଅବ୍ୟବହୃତ ବନ୍ଧ୍ୟା ଖୋଲା ପଡିଆ ତାଙ୍କର କ୍ରୃଷି କ୍ଷେତ୍ର ପାଲଟିଛି ।

ଏହା ବ୍ୟତୀତ ନିଜ ନିର୍ମାଣର ଛାତ ଉପରେ ମଧ୍ୟ ତାଙ୍କର ସୁଦ୍ରୃଶ୍ୟ ବଗିଚା ଦେଖଣାହାରୀ ଙ୍କ ମନକୁ ସ୍ବତଃ ଆକର୍ଷିତ କରିଥାଏ । ଏହି ଚାଷ ଦ୍ଵାରା ତାଙ୍କୁ ଶାରୀରିକ ଓ ମାନସିକ ଶାନ୍ତି ମିଳିବା ସହ ରୋଷେଇଶାଳାକୁ ତଟକା ପରିବା ଯୋଗାଇ ଥାଏ । ଏହା ବ୍ୟତୀତ ସେ ଏହି ଗଛ ଲତା ମାନଙ୍କ ର ଅବଶେଷ ରୁ ଜୈବିକ ସାର ଉଦ୍ଭାବନ ର ତରିକା ମଧ୍ୟ ଆପଣେଇଥାନ୍ତି । କହିବାକୁ ଗଲେ ରାସାୟନିକ ସାର ପ୍ରୟୋଗ କୁ ସେ ଘୋର ବିରୋଧ କରିଥାନ୍ତି ।

ଏହି କରିତ୍ କର୍ମା ଅବସର ପ୍ରାପ୍ତ ବର୍ଷିୟାନ ଶିକ୍ଷକ ଜଣକ ହେଲେ ଭିକାରୀ ଚରଣ ଦାଶ । ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ଗ୍ରାମ ପଞ୍ଚାୟତ ର ଏକ ଅଖ୍ୟାତ ପଲ୍ଲୀ ଗାଁ ଲହଙ୍ଗାଡିହରେ ତାଙ୍କର ଜନ୍ମ ହେଲେ ହେଁ ବାଣପୁର ବ୍ଲକ ର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରେ ଜଣେ କ୍ରୃତୀ ଶିକ୍ଷକ ଭାବେ ୩୫ଵର୍ଷ ଶିକ୍ଷକତା କରି ଅଞ୍ଚଳରେ ଆଦର୍ଶ ଶିକ୍ଷକ ର ମାନ୍ୟତା ଲାଭ କରି ଅବସର ନେଇଥିଲେ । 

ସମ୍ପ୍ରତି ସେ ବାଲୁଗାଁ ଗୋପବନ୍ଧୁ ନଗର ରେ ପୁଅ, ବୋହୂ ଏଵଂ ନାଚି ନାତୁଣୀ ଙ୍କୁ ନେଇ ରହୁଛନ୍ତି । ଏକମାତ୍ର ପୁତ୍ର ମଧ୍ୟ ଜଣେ ପ୍ରାଥମିକ ଶିକ୍ଷକ ଏବଂ ବୋହୂ ହିନ୍ଦୁସ୍ଥାନୀ ଓ ଓଡ଼ିଶୀ ସଙ୍ଗୀତ ଗାୟିକା । ତେବେ ଭିକାରୀ ସାର୍ ତାଙ୍କର ପେନସନ ଲବ୍ଧ ଅର୍ଥ ରେ ଘର ପାର୍ଶ୍ଵ ପଡ଼ିଆ ରେ ମାଟି ପକାଇ ପରିବା ଏବଂ ଫଳମୂଳ ଚାଷ କରିବାରେ ମନୋନିବେଶ କରିଆସୁଛନ୍ତି । ବିଭିନ୍ନ ପରିବା ମଧ୍ୟରେ ବିଭିନ୍ନ ପ୍ରକାରର କଦଳୀ,ଅମ୍ରୃତଭଣ୍ଡା, ଭେଣ୍ଡି, ବାଇଗଣ, ପୋଟଳ, କୁନ୍ଦୁରି, ଜହ୍ନି, କାକୁଡ଼ି ସହ ଆମ୍ବ,

ଲେମ୍ବୁ ଆଦି ଗଛ ଲଗାଇ ତାକୁ ପାଣି ଦେବା, ଜୈବିକ ସାର ଦେବା ଛାତ ଉପରେ ବିଭିନ୍ନ ପ୍ରକାର ଗଛ କଲିମି କରି ଅନ୍ୟତ୍ର ସ୍ଥାନାନ୍ତରିତ କରିବା କାମ କରିବାରେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ । ଚାକିରି ଜୀବନ ରେ ବିଦ୍ୟାଳୟ ହତାରେ ଵାଡବନ୍ଦୀ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ କୁ ପରିବା ଯୋଗାଣ ଏବଂ ଫୁଲ ଗଛ ଲଗାଇ ବିଦ୍ୟାଳୟ ର ସୈ।ନ୍ଦର୍ଯ୍ୟକରଣ ରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତେବେ ପରିଣତ ବୟସରେ ଭିକାରୀ ସାର୍ ଙ୍କ ର ଏଭଳି ଚାଷ ପ୍ରତି ହଵି ଅଞ୍ଚଳରେ ତାଙ୍କୁ ଏକ ଗଛ ମଣିଷର ଆଖ୍ୟା ଦେଇଛି ।

Exit mobile version