Home ଓଡ଼ିଶା ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ବୋଲଗଡ଼ ସଦର ମହକୁମା ସ୍ଥିତ ଶ୍ରୀ ଶ୍ରୀ ତୃତୀୟାଦେବ ସ୍ମୃତି ପରିଷଦ ର ପ୍ରତିଷ୍ଠାତା ହରିହର ସାହୁଙ୍କର ପୃଷ୍ଠପୋଷକତାରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ,ପରିଷଦ ର ଉପସଭାପତି ପଦ୍ମଚରଣ ବେହେରା ଙ୍କ ସହଯୋଗ ରେ ଗତ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ ବ୍ଳକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଏବଂ ଏ୧ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ବୋଲଗଡ଼ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶାର ସଙ୍ଗଠନ ସମ୍ପାଦକ ଡଃ ନିରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ରୂପେ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଯାଜ୍ଞସେନୀ ସାହୁ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା, ଓଷ୍ଟା ର ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଅବସର ପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ ଲଲାଟେନ୍ଦୁ କେଶରୀ ସିଂହ,ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପୀତବାସ ଲେଙ୍କା, ମାଣିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅମର କୁମାର ବେହେରା,ଅରଖପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଧ୍ରୁବଚରଣ ତ୍ରିପାଠୀ, ସାଗର ଗୁଆନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଗତ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ ବ୍ଳକ ଅନ୍ତର୍ଗତ ୨୮ଟି ଉଚ୍ଚ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଏବଂ ଏ-୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୩୧ଜଣଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଡଃ ମହାନ୍ତି କେବଳ ପରୀକ୍ଷାରେ ଅଧିକ ନମ୍ବରପ୍ରତି ଦୃଷ୍ଟି ନ ଦେଇ ପ୍ରକୃତ ମାନବୀୟ ସହୃଦୟତାର ଗୁଣ ହାସଲ କରିବା ପାଇଁଁ କୃତି ବିଦ୍ୟାର୍ଥୀଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସୁଶ୍ରୀ ସାହୁ ପିତା ମାତାଙ୍କ ସେବା କରିବା ସହ ଯେତେ ବଡ଼ ପଦ ପଦବୀ ରେ ଥିଲେ ମଧ୍ୟ ନିଜର ଅତୀତ ର ପାରିବାରିକ ପୃଷ୍ଠଭୂମିକୁ ନ ଭୁଲିବା ପାଇଁ ପରାମର୍ଶ ଦେଇଥିଲେ। ରବିନ୍ଦ୍ର କୁମାର ବେହେରା ପିଲାମାନେ ଏହି ଆଦ୍ୟ ଯୋୖବନ ସମୟରେ ସତର୍କତା ଅବଲମ୍ବନ କରିବା ସହିତ ଯୋଗାଭ୍ୟାସ କରି ସଫଳ ଭାବେ ଅଧ୍ୟୟନ କରି ପିତାମାତା ଙ୍କ ସ୍ୱପ୍ନ ସଫଳ କରିବା ପାଇଁଁ ଉପଦେଶ ଦେଇଥିଲେ। ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ପିଲାମାନେ ନିଜ ମଧ୍ୟରେ ଆଧ୍ୟାତ୍ମିକ ଭାବନା, ମୁନି ଋଷି ମାନଙ୍କ ବାଣୀ କୁ ଜୀବନ ରେ ପରିଣତ କରି ସକାରାତ୍ମକ ଭାବନା ମନରେ ପୋଷଣ କଲେ ଏକ ଦିବ୍ୟ ଭାରତ ବର୍ଷ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ମଞ୍ଚରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବୋଲଗଡ଼ ବ୍ଳକ ର ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ରେ ସମ୍ମାନିତ ଶିକ୍ଷକ ସୁକାନ୍ତକୁମାର ଜେନା,ମାନସ ରଞ୍ଜନ ବେହେରା,ଶିକ୍ଷୟିତ୍ରୀ ସ୍ୱର୍ଣ୍ଣ ପ୍ରଭା ସେଠୀ ଙ୍କୁ ଉତ୍ତରୀୟ ଓ ପଗଡ଼ି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନିରପେକ୍ଷ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହ, କାଶୀନାଥ ହୋତା, ଦେବବ୍ରତ ହୋତା, ପାଣ୍ଡବ ସାହୁ ଓ ନିରଞ୍ଜନ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଧାନଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଙ୍କ ପିତାମାତା, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଏବଂ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ । ଶିକ୍ଷକ ମନମୋହନ କହଲସି°ହ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026