ପୂର୍ବାଞ୍ଚଳ ଜୁନିଅର ରେଡ଼କ୍ରସ ବ୍ଲକ ସଂଯୋଜକଙ୍କ ତିନି ଦିନିଆ କର୍ମଶାଳା

ଖୋର୍ଦ୍ଧା  (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଜିଲ୍ଲା ଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡ଼କ୍ରସ ର ଚେୟାରମ୍ୟାନ ଶ୍ରୀମତୀ ସୋନାମିକା ରାୟ ଙ୍କ ତତ୍ତ୍ୱ୍ୱାବଧାନରେ ୮ ଜିଲ୍ଲାର ବ୍ଲକ ସଂଯୋଜକ ମାନଙ୍କ ତିନିଦିନିଆ ଦକ୍ଷତାବୃଦ୍ଧି କର୍ମଶାଳା ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି l ବ୍ୟକ୍ତି ସତ୍ୟନିଷ୍ଠ ହୋଇ ସେବା କଲେ ସମାଜରେ ମାନବବାଦର ଉପଲବ୍ଧି ସହ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ରେ ପରିପୂର୍ଣ୍ଣ ହୋଇଥାଏ I ୮ ଗୋଟି ଜିଲ୍ଲାଯଥା ଅନଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ସମସ୍ତ ୮୦ ଜଣ ଜୁନିୟର ରେଡକ୍ରସର ବ୍ଲକ୍ ସଂଯୋଜକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ lଉଦ‌ଯାପନୀ ଉତ୍ସବରେ ଭାରତୀୟ ରେଡ଼କ୍ରସ ଶାଖାର ଅବୈତନିକ ସମ୍ପାଦକ ଗଣେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ସଂଯୋଜକ ମାନଙ୍କୁ ଦେଶ ଓ ଜାତି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ସେବାକୁ ପ୍ରସାର କରିବା ପାଇଁ ରେଡ଼କ୍ରସ କୁ ଘରେ ଘରେ ପହଞ୍ଚେଇବା ପାଇଁ ସଂଯୋଜକ ମାନେ ଅନବରତ ପ୍ରୟାସ ରହିବା ଦରକାର ବୋଲି ସେ କହିଥିଲେ l ଜିଲ୍ଲା ଶିକ୍ଷl ଅଧିକାରୀ ସୋନାମିକା ରାୟ ସଭାରେ ଅଧ୍ଯକ୍ଷତା କରି ଶିବିରରେ ତାଲିମ ପ୍ରସଙ୍ଗର ଶିକ୍ଷଣୀୟ ଉପାଦାନ ଗୁଡ଼ିକୁ ନିଜ ନିଜର ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବାକୁ ସେ ଉଦବୋଧନ ଦେଇଥିଲେ । ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ l ଜିଲ୍ଲା ଯୁଗ୍ମ ସମ୍ପାଦକ ମୁରଲୀଧର ପରିଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

ଉଦ୍ଘାଟନୀ ଉତ୍ସବରେ ବେଗୁନିଆ ବରିଷ୍ଠ ଗୋଷ୍ଠୀ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଭାସ୍କର ଲେଙ୍କା , ଅତିରିକ୍ତ ଜିଲ୍ଲା ଶିକ୍ଷଧୂକାରୀ ରଶ୍ମିବାଳା ପରିଡ଼ା,ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଶିବିରାର୍ଥ ମାନଙ୍କୁ ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଆହ୍ଵାନ ଦେଇଥିଲେ । ସାଧନ କର୍ମୀ ଲକ୍ଷ୍ମଣ ସ୍ଵାଇଁ, ସୁରେନ୍ଦ୍ରନାଥ ସାମଲ, ଗୋପାଳ କୃଷ୍ଣ ମିଶ୍ର, ସ୍ମୃତି ସାଗରୀକା କାନୁନଗୋ, ରବୀନ୍ଦ୍ର ନାଥ ଜେନା, ଦିଲ୍ଲୀପ ଦୋରା, ଗୁଲସନ ଦାସ ତାଲିମ ପ୍ରଦାନ କରିଥିଲେ l ଓଡିଶାର ଅନୁଗୁଳ, ଢେଙ୍କାନାଳ ,କଟକ ଖୋର୍ଦ୍ଧା , ଜଗତସିଂହପୁର, କେନ୍ଦ୍ରାପଡ଼ା ,

ପୁରୀ , ନୟାଗଡ, ସହ ବରଗଡ଼, ଗଞ୍ଜାମ, କନ୍ଧମାଳ ଜିଲ୍ଲାର ୮0 ଜଣ ଶିବାରାର୍ଥଙ୍କୁ ଦକ୍ଷତା ବୃଦ୍ଧି, ମୁର୍ଚ୍ଛା, ହାର୍ଟ ଆଟାକ୍, ବ୍ରେନ୍‌ ଷ୍ଟ୍ରୋକ,ପାଣିରେ ବୁଡିଯିବା, ବିଦ୍ୟୁତ ଧକ୍କା, ବିଜୁଳି ଓ ଘଡଘଡି, ସାପ କାମୁଡା ଆଦିର ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ୱେଛାକୃତ ରକ୍ତ ଦାନ, ସାଇବର ସୁରକ୍ଷା, ସଡ଼କ ସୁରକ୍ଷା, ବିଦ୍ୟାଳୟରେ ରେଡ଼କ୍ରସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ରେଡ଼କ୍ରସ ପାଇଁ ଏଆଇ ର ଗୁରୁତ୍ୱ, ସୋସିଆଲ ମେଡ଼ିଆ ସହାର୍ଯ୍ୟରେ ସାମାଜିକ ସେବା ଇତ୍ୟାଦି ସମ୍ପର୍କରେ ତାଲିମ ଦେଇଥିଲେ । ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ଶ୍ରୀ ରାଉତରାୟ ଶିବିରକୁ ପରି ଚାଳନା କରିଥିଲେ ।

ରଶ୍ମିରଂଜନ ଜେନା, ପାୟଲ ପ୍ରିୟଦର୍ଶିନୀ, ରମlମଣୀ ସେନାପତି, ଅମରେନ୍ଦ୍ର ନାୟକ, ପ୍ରେମ ସାଗର, ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ଦେଇଥିଲେ l ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୨୫ ଜଣ ପ୍ରଶିକ୍ଷାର୍ଥୀ ରକ୍ତଦାନ କରିଥିଲେ l ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଭାରତୀୟ ରେଡ଼କ୍ରସ ସମିତି ଓଡିଶା ଶାଖା ତରଫରୁ ଅବୈତନିକ ସମ୍ପାଦକ ଶ୍ରୀ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାୟ ଓ ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀ ସ୍ୱାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Exit mobile version