ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭୁବନେଶ୍ୱର ସ୍ଥିତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ଏକ ପ୍ରମୁଖ ଇଭେଣ୍ଟ ମ୍ୟାନେଜମେଣ୍ଟ୍ କମ୍ପାନୀ ଭାବରେ ସଫଳପ୍ରଦର୍ଶନୀ, ଟ୍ରେଡ୍ ଶୋ’ ଏବଂ କର୍ପୋରେଟ୍ ଇଭେଣ୍ଟ୍ ଆୟୋଜନ କରିବାରେ ବିଶେଷଜ୍ଞତା ହାସଲ କରିଛି । ୧୫ ବର୍ଷର ସଫଳ ପ୍ରଦର୍ଶନୀ, ଟ୍ରେଜ୍ଶୋ’ ଅଭିଜ୍ଞତା ସହିତ, ଏଥର ପୂଜା ବଜାରକୁ ଏକ ଉତ୍କଷ୍ଠ ସୁଯୋଗ ନେଇ ଆସୁଛି ଭୁବନେଶ୍ବର ଆନ୍ତର୍ଜାତିକ ବାଣିଜ୍ୟମେଳା-୨୦୨୫ । ଏହା ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ୧୯ ରୁ ୨୯ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ।
ଦେଶ ବିଦେଶରସାମଗ୍ରୀ ଏଥର ପୁଣି ଥରେ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାକୁ ସ୍ଵତନ୍ତ୍ର ପରିଚୟ ସହ, ସର୍ବାଧିକ ପ୍ରଭାବ ସୃଷ୍ଟି କରିବାଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳା ସମ୍ପୂର୍ଣ୍ଣ ଶୀତ-ତାପ ନିୟତିତ ରହିବ, ଯାହା ପ୍ରବର୍ଷକ ଏବଂ ପରିଦର୍ଶକ ଉଭୟଙ୍କ ପାଇଁ ଏକ ଆରାମଦାୟକ ଓସୁରକ୍ଷିତ ବଜାରର ପରିବେଶ ପ୍ରଦାନ କରିବ । ଭାରତବର୍ଷର ୨୨ଟି ରାଜ୍ୟ ଏବଂ ୧୦ଟି ଦେଶର ଅଂଶଗ୍ରହଣ ସହିତ, ଏହା ଏକ ପ୍ରକୃତରେବିଶ୍ୱସ୍ତରୀୟ ବାଣିଜ୍ୟ ମେଳା, ଯାହା ବିଶ୍ବର ବିଭିନ୍ନ ଅଞ୍ଚଳର ୧ ଲକ୍ଷରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ଉତ୍ପାଦଗୁଡ଼ିକୁ ଗୋଟିଏ ଛାତ ତଳେପାଇବାର ସୁଯୋଗ ପ୍ରଦାନ କରୁଛି, ଅନ୍ତର୍ଭୁକ୍ତ ସାମଗ୍ରୀ ଗୁଡିକ ହେଲା,ଭାରତର ସମସ୍ତ ଅଞ୍ଚଳର ଆସବାବପତ୍ର, ଯେପରିକି କାଶ୍ମୀରୀ ଫର୍ନିଚର୍, କାର୍ଡିଙ୍ଗ୍ ଫର୍ନିଚର୍, ଆଣ୍ଟିକ ଫର୍ନିଚର୍, ସୋଫା ସେଟ୍, ଡାଇନିଂସେଟ୍ ଏବଂ କାର୍ଲିଙ୍ଗ୍ ଝୁଲା ଇତ୍ୟାଦି ।
