Home ଓଡ଼ିଶା ପାରଳାଖେମୁଣ୍ଡି ରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗରେ ୨ ଗିରଫ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ମହିଳାଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨୩ ଲକ୍ଷ ଟଙ୍କା ଠକି ନେଇ ଟଙ୍କା ମାଗିବାରୁ ଧମକ ଚମକ ଦେବା ଓ ମାରପିଟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ପାରଳା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମିତା ଟଙ୍କ ଓରଫ୍ ମିଲି ଓ ଦୁର୍ଗା ପ୍ରସାଦ ପଣ୍ଡା. ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ଓଡ଼ିଆ ଭଣ୍ଡାରୀ ସାହିର ସଙ୍ଗୀତା ନାୟକ ନାମ୍ନୀ ଜଣେ ମହିଳାଙ୍କ ଅଭିଯୋଗକ୍ରମେ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ପ୍ରକାରେ, ସଙ୍ଗୀତାଙ୍କ ଠାରୁ ଝିଲି ସାହୁ ଓ ତାଙ୍କ ଭଉଣୀ ମିତା ଟଙ୍କ (ମିଲି) ବିଭିନ୍ନ ପ୍ରକାରର ମିଥ୍ୟା ପ୍ରଲୋଭନ ଦେଖାଇ ୨୩ ଲକ୍ଷ ଟଙ୍କା ନେଇଥିଲେ। ସଙ୍ଗୀତା ସେମାନଙ୍କୁ ଟଙ୍କା ମାଗୁଥିଲେ ମଧ୍ୟ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ମିଲିକୁ ପାରଳାଖେମୁଣ୍ଡି ସ୍ଥିତ ଜେଲ୍ ପାଖରେ ଦେଖ୍ ଟଙ୍କା ବିଷୟରେ ପଚାରିଥିଲେ। ସେହି ସମୟରେ ମିତା ଟଙ୍କ ସହିତ ଦୁର୍ଗା ପ୍ରସାଦ ପଣ୍ଡା ମଧ୍ୟ ଥିଲେ | ଟଙ୍କା ବିଷୟରେ ପଚାରିବାରୁ ସେ ଗାଳିଗୁଲଜ ସହ ଧକ୍କା ମାରି ସଙ୍ଗୀତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ ମିତା ଓ ଦୁର୍ଗାପ୍ରସାଦ । ଏ ବିଷୟରେ ସେମାନଙ୍କୁ ଟଙ୍କା ଦେଇଥିବା ଅନ୍ୟ ମହିଳାଙ୍କୁ ଫୋନ୍ କରି ଖବର ଦେଇଥିଲେ | ବହୁ ମହିଳା ସେଠାରେ ପହଞ୍ଚି ଉଭୟଙ୍କୁ ପୁଲିସ ଡକାଇ ଜିମା ଦେଇଥିଲେ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଦୁର୍ଗା ପ୍ରସାଦ ପଣ୍ଡା, ମିତା ଟଙ୍କ, ଝିଲି ସାହୁ, ତ୍ରିବେଣୀ ସାହୁ, ସରସ୍ବତୀ ନାୟକ ଉଦୟ ନାଥ ସାହୁ ଓ ଅନ୍ୟମାନଙ୍କ ବିରୋଧରେ ଲିଖିତ ଭାବେ ଅଭିଯୋଗ କରିଥିଲେ. ଉକ୍ତ ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଏସ୍.ଆଇ ପ୍ରିୟବ୍ରତ ସ୍ବାଇଁ କରୁଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇ କହିଛନ୍ତିଯେ ବର୍ତ୍ତମାନ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି. ଅତି ଶୀଘ୍ର ସମସ୍ତଙ୍କୁ ପୋଲିସ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ୫୦୦ରୁ ଅଧିକ ଯୁବ ଶିଳ୍ପୀ ଓ ୧୦୦ରୁ ଅଧିକ ବିଦ୍ୟାଳୟର ଅଂଶଗ୍ରହଣରେ ରଙ୍ଗତୁଳୀ-୨୦୨୬ରେ ସୃଜନଶୀଳତାର ଅନନ୍ୟ ପ୍ରଦର୍ଶନ by Proprietor Abhimanyu Maharana August 18, 2026 ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୪ ତମ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana August 18, 2026 ଫାଓ ଫୁଟବଲ ଲିଗ୍ରେ ଓଡ଼ିଶା ପୋଲିସ ଚମ୍ପିଆନ୍ : ସଫଳ ଓଡ଼ିଶା ପୋଲିସ ଟିମ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 18, 2026 ଜିଲ୍ଲାସ୍ତରୀୟ ୩ୟ ଡାକ ମେଳା ଉଦଘାଟିତ by Proprietor Abhimanyu Maharana August 18, 2026 S. I. R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ by Proprietor Abhimanyu Maharana August 18, 2026 ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା by Proprietor Abhimanyu Maharana August 17, 2026