କଟକ ମହାନଗର ନିଗମ ମେୟରଙ୍କ ପଖ଼୍ୟରୁ ପ୍ରଥମ କରି ଦୂର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କଟକ ମହାନଗର ନିଗମ ଅଧିନରେ ଥିବା ସମସ୍ତ ପୂଜା ମଣ୍ଡପର ଦୂର୍ଗା ପୂଜା ଏବଂ ଭଷାଣୀ ଉତ୍ସବ ଚଳିତ ବର୍ଷ କିଭଳି ଶାନ୍ତି ଶୣଙ୍ଖଳାର ସହିତ କରାଯିବ ସେନେଇ ସେ।ମଵାର ଦିନ ମେୟର ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସହିଦ ଭବନରେ ଅନୁଷ୍ଠିତ ହେ।ଇଥିଲା। ଏହି ବୈଠରେ ଜିଲ୍ଲା ପ୍ରଶାସନ, ପେ।ଲିସ ପ୍ରଶାସନ, ମହାନଗର ନିଗମ ଶାନ୍ତି କମିଟି, କଟକ ପୂଜା କମିଟି ଏବଂ କଟକ ସହର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଯେ।ଗ ଦେଇଥିଲେ।

ଶାନ୍ତି ଶୣଙ୍ଖଳାର ସହ ପୂଜା ଏବଂ ଭଷାଣୀ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ପୂଜା ସମୟରେ ଚବିଶ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ବିଦୂତ କାଟ କରା ନଯିବା, ପରିମଳ ପ୍ରତି ଧ୍ୟାନ ଦେବା, ଆଲୋକୀକରଣ କରାଯିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ପୂଜା ସମୟରେ ଟ୍ରାଫିକ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦିଆଯିବା ଉପରେ ଆଲୋଚନା କରାଯାଇଥିଲା। ସିଏମସି. କମିଶନରକିରଣ ଦୀପ କୌର ସହୋତା,

ଡେପୁଟି ମେୟର ଦମୟନ୍ତୀ ମାଝୀ, କଟକ ପୁଜା କମିଟିର ସଭାପତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ମହାନାଗର ପୂଜା କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ପୂର୍ଵ।ଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ କୁମାର ସାହୁ, ସମ୍ପାଦକଶିବ ସାହୁ, କଟକ ସଦର ଥାନା ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନିମାଇଁ ଲେଙ୍କା, ସମ୍ପାଦକ ସୁରେନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ।

Exit mobile version